ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ AEE ଗିରଫ
ପୁଣି ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଯନ୍ତୀଙ୍କ ଆୟଠାରୁ ୧୧୯ ପ୍ରତିଶତ ଅଧିକ ସମ୍ପତ୍ତି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଯନ୍ତ୍ରୀଙ୍କ ୧ କୋଟି ଟଙ୍କାର ଅଟ୍ଟାଳିକା ସହ ଦେଢ଼ କୋଟିର ୨ଟି ଫ୍ଲାଟ ରହିଛି। ଏପରିକି ୨ କୋଟି ଟଙ୍କାର ୧୧ ପ୍ଲଟ ସହ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ଗତକାଲି AEE ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିଭିନ୍ନ ସ୍ଥାନରେ ରେଡ୍ ହୋଇଥିଲା । ଚଢାଉବେଳେ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ୧୧ ପ୍ଲଟ୍ ସାଙ୍ଗକୁ ଏକାଧିକ ଦାମୀ ଫ୍ଲାଟ୍, ବହୁତଳ ପ୍ରାସାଦ ଠାବ ହୋଇଛି । ବ୍ରହ୍ମପୁର, ଭୁବନେଶ୍ବରରେ ମିଳିଛି ଏସବୁ କୋଠାବାଡ଼ି । ଏହାଛଡ଼ା ବ୍ୟାଙ୍କ୍ ଡିପୋଜିଟ ବି ମିଳିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେ ଗତକାଲି ଚାକିରିରୁ ଅବସର ନେଇଥାନ୍ତେ । ଆଉ ଅବସର ଦିନରେ ହିଁ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ଆଜି ଗିରଫ ହୋଇଛନ୍ତି ।












Click it and Unblock the Notifications