ଲାଞ୍ଚ ନେବା ବେଳେ ଥାନା SIଙ୍କୁ ଉଠାଇନେଲା ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ ପୁଲିସ SI। ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ କରିବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୪ ହଜାର ଲାଞ୍ଚ ନେଉଥିବା ସୁକିନ୍ଦା ଥାନାର ଏସ.ଆଇ ଅଭୟ ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ଅନୁସାରେ ସୁକିନ୍ଦା ଥାନାର ଏସ.ଆଇ ଅଭୟ ନାୟକ ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ପାରିବାରିବ ବିବାଦ ମାମାଲାର ସମାଧାନ ପାଇଁ ଲାଞ୍ଚ ମାଗିଥିଲେ।

ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ଆଉ ଏହାପରେ ଆଜି ଯୋଜନା ମୁତାବକ ଏସ.ଆଇ ଅଭୟ ନାୟକ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୀଳାଚଳ ଇସ୍ପାତ କାରଖାନା ଆଗରେ ଭିଜିଲାନ୍ସ ଟିମ୍ ମାଡିବସିଥିଲା।












Click it and Unblock the Notifications