ରାଜ୍ୟରେ ୧୭ ଲକ୍ଷ ୫୨ ହଜାର ଲୋକେ ନେବେ ବୁଷ୍ଟର ଡୋଜ୍, ଆବଶ୍ୟକ ନାହିଁ ପଞ୍ଜିକରଣ
ରାଜ୍ୟ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସନ ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ ।
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ,ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଉଛି ଏହି ଟିକା। ରାଜ୍ୟ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସନ ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି, ଯେଉଁମାନଙ୍କର ସେକେଣ୍ଡ ଡୋଜରୁ ୯ ମାସ ବା ୩୯ ସପ୍ତାହ ହୋଇଥିବ, ସେମାନେ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ଜାନୁଆରି ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ। ବର୍ତ୍ତମାନ ରାଜ୍ୟର ୩୬୧୬ ସେସନ ସାଇଟରେ ଟିକାକରଣ ଚାଲିଛି ।
ବର୍ତ୍ତମାନ ରାଜ୍ୟର ୩୬୧୬ ସେସନ ସାଇଟରେ ଟିକା କରଣ ଚାଲିଛି । ସେଥି ମଧ୍ୟରୁ ୧୩୪୦ ସ୍ୱତନ୍ତ୍ର ଭ୍ୟାକ୍ସିନେସନ୍ କେନ୍ଦ୍ରରେ ୧୫ ରୁ ୧୮ ବର୍ଷର କିଶୋରଙ୍କୁ ଟୀକାକରଣ ଚାଲିଛି । ତେବେ ପ୍ରିକସନ ଡୋଜ ନେବା ପାଇଁ ନୂଆ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । କେବଳ ସ୍ଲଟ ବୁକିଂ କରିବାର ଆବଶ୍ୟକ ରହିଛି । ସ୍ଲଟ ବୁକିଂ ପାଇଁ ଉଭୟ ଅନଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟିକା ନେଇଥିଲେ , ସେମାନେ ସେହି ଟିକା ନେବେ । ସବୁ ସେସନ ସାଇଟରେ ୨୦ ପ୍ରତିଶତ କ୍ଷମତା ବୃଦ୍ଧି କରାଯାଇଛି ।












Click it and Unblock the Notifications