ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ରାଜ୍ୟରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪ । ଯାହା ପରେ ଏଣିକି ବିଶ୍ୱବିଦ୍ୟାଳୟକୁ ମିଳିବ ଅଧିକ ସ୍ୱାୟତ୍ତତା । ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ । ଏପ୍ରିଲ ୨ରେ ବିଧାନସଭାରେ ଏସମ୍ପର୍କିତ ବିଲ୍ ପାରିତ ହୋଇଥିଲା ।

ସେହିପରି କୁଳପତି ଓ ଅଧ୍ୟାପକ ଚୟନରେ ସରକାରୀ ହସ୍ତକ୍ଷେପ କମିବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ନୂଆ ସୂର୍ଯ୍ୟୋଦୟ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।












Click it and Unblock the Notifications