Get Updates
Get notified of breaking news, exclusive insights, and must-see stories!

ଉଦ୍ଧାର ହେଲେ ଚନ୍ଦକା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ସ୍କୁଲ ଛାତ୍ର

ଭୁବନେଶ୍ୱର: ଉଦ୍ଧାର ହେଲେ ଚନ୍ଦକା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ସ୍କୁଲ ଛାତ୍ର । ଟିଟିଲାଗଡ଼ରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁଇ ଛାତ୍ର ହେଲେ ଚନ୍ଦକାର ପୃଥ୍ବୀରାଜ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର । ଉଭୟେ ଦଶମ ଶ୍ରେଣୀର ଛାତ୍ର । ସେମାନେ ରାଜଧାନୀର ଏକ ଘରୋଇ ସ୍କୁଲରେ ପଢନ୍ତି ।

ସୂଚନା ଅନୁସାରେ, ଗତକାଲି ଦୁଇ ନାବାଳକ ଛାତ୍ର ଅଟୋ ଯୋଗେ ସ୍କୁଲ ଯାଇଥିଲେ । ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ । ତା' ପରଠାରୁ ସେମାନେ ନିଖୋଜ ହୋଇଯାଇଥିଲେ । ସ୍କୁଲକୁ କିମ୍ବା ଘରକୁ ଫେନି ନଥିଲେ । ସ୍କୁଲ ଛୁଟି ହେବା ପରେ ପିଲା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ସ୍କୁଲରେ ବି ଯାଇ ପଚରାଉଚରା କରିଥିଲେ । କିନ୍ତୁ କୌଣସି ସୂଚନା ପାଇ ନଥିଲେ । ଏହା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Two School Students

ତେବେ ଉଦ୍ଧାର ଛାତ୍ରଙ୍କ କହିବା ଅନୁସାରେ ଗତକାଲି ସ୍କୁଲରୁ ବିସ୍କୁଟ ଖାଇବାକୁ ଆସିଥିବା ବେଳେ ସେହି ସମୟରେ କେହିଜଣେ ତାଙ୍କ ମୁହଁରେ କପଡା ଘୋଡାଇ ବେହୋସ କରି ଏକ ଟ୍ରକ ଯୋଗେ ନେଇ ଯାଇଥିଲେ । ଆଜି ସେମାନେ କୌଶଳ କ୍ରମେ ଅପହରଣରକାରୀଙ୍କ ନିକଟରୁ ଖସି ନିଜ ଘର ଲୋକଙ୍କୁ ଫୋନରେ ସବୁ ଜଣାଇଥିଲେ ପରେ ଟିଟିଲାଗଡ ରେଳଷ୍ଟେସନରେ ପହଞ୍ଚିବା ପରେ ଉଦ୍ଧାର କରିଥିଲା ପୋଲିସ ।

ପୃଥ୍ୱୀରାଜଙ୍କ ବାପା ଜଣେ ମାର୍ବଲ ପଥର ଓ ଟ୍ରାନ୍ସପୋର୍ଟ ବ୍ଯବସାୟୀ ବୋଲି ତାଙ୍କ ପୁଅ କହୁଥିବା ବେଳେ ସୋନୁ କୁମାରଙ୍କ ବାପା ଟ୍ରାଭେଲ ଏଜେଣ୍ଟ ଭାବେ କାମ କରନ୍ତି ବୋଲି ସୋନୁ କହିଛନ୍ତି । ଦୁଇ ଛାତ୍ର ଏକ ସାଂଘାତିକ ତଥ୍ଯ ଦେଇଛନ୍ତି ଯେ, ତାଙ୍କ ସହିତ ଆହୁରି ୬ ଜଣଙ୍କୁ ଟ୍ରକରେ କିଡନାପ କରି ନିଆଯାଇଥିଲା । ସେମାନଙ୍କ ଭିତରେ ୪ ଜଣ ଝିଅ ଅଚେତ ଅବସ୍ଥାରେ ଟ୍ରକ ଭିତରେ ଥିଲେ ଓ ୨ ଜଣ କାନ୍ଦୁଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+