ଟ୍ରେନ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ, ଆରମ୍ଭ ହେଲା ତଦନ୍ତ
୮ ଟିକିଆ ହାତୀପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଟ୍ରେନ ଧକ୍କାରେ ଗୋଟିଏ ଦନ୍ତା ହାତୀ ଓ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଭୂଷଣ୍ଡପୁର ରେଳଷ୍ଟେସନ ନିକଟ କନ୍ତଳବାଇ ରେଳ ଫାଟକ ନିକଟରେ ।
ଭୁବନେଶ୍ବର: ୮ ଟିକିଆ ହାତୀପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଟ୍ରେନ ଧକ୍କାରେ ଗୋଟିଏ ଦନ୍ତା ହାତୀ ଓ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଭୂଷଣ୍ଡପୁର ରେଳଷ୍ଟେସନ ନିକଟ କନ୍ତଳବାଇ ରେଳ ଫାଟକ ନିକଟରେ । ଗତକାଲି ରାତିରେ ଏହି ହାତୀପଲ ରେଳଧାରଣା ପାର ହେଇଥିବା ସମୟରେ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା ।

ତେବେ ବିଭାଗ-ବିଭାଗ ଭିତରେ ସମନ୍ୱୟ ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଓୟୁଏଟିର ବିଶେଷଜ୍ଞ ଦଳ ହାତୀଙ୍କ ବ୍ୟବଚ୍ଛେଦ କରିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିବ ହାତୀ ମୃତ୍ୟୁର ପ୍ରକୃତ କାରଣ ।
ହାତୀ ମୃତ୍ୟୁ ପଛରେ ଦାୟୀ କିଏ ? କେଉଁ ପରିସ୍ଥିତିରେ ହାତୀକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ? ହାତୀଙ୍କ ଗତିବିଧି ସମ୍ପର୍କରେ ଅବଗତ ଥିଲେ କି ଟ୍ରେନ୍ ପାଇଲଟ ? ଏସଓପିର ପାଳନ ହୋଇଥିଲା ନାଁ ନାହିଁ ? ଟ୍ରେନର ବେଗ ଅଧିକ ଥିଲା କି ? ଖୋର୍ଦ୍ଧା ଭୁଷଣ୍ଡପୁର କନ୍ତଳବାଇ ରେଳ ଫାଟକ ନିକଟରେ ହାତୀପଲଙ୍କୁ ମାଲବାହୀ ଟ୍ରେନ୍ ଧକ୍କା ଦେବା ଘଟଣାର ଆରମ୍ଭ ହୋଇଛି କାରଣ ଖୋଜା । ବନବିଭାଗ ଓ ରେଲବାଇ ଅଧିକାରୀ ଦୁର୍ଘଟଣାର ତଦନ୍ତ କରୁଛନ୍ତି । ବିଭାଗ-ବିଭାଗ ମଧ୍ୟରେ ସମ୍ମନ୍ୱୟର ଅଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ।












Click it and Unblock the Notifications