ଟ୍ରେନ ଧକ୍କାରେ ୨ ମାଈହାତୀ ମୃତ
କେନ୍ଦୁଝର: ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ । କେନ୍ଦୁଝର ଆନନ୍ଦପୁର ସ୍ଥିତ ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲେ । ଏହି ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୨ ହାତୀର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ହାତୀପଲ ରେଳ ଧାରଣା ପାର ହେଉଥିଲେ । ଏତିକିବେଳେ ଟାଙ୍ଗରିଆପାଳ ଷ୍ଟେସନ୍ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀଙ୍କୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରେ ହାତୀ ଦୁଇଟି ପ୍ରାୟ ୧୦ଫୁଟ ତଳକୁ ଛିଟିକି ପଡିଥିଲେ । ବନ ବିଭାଗ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ସମୟରେ ହାତୀ ପଲ ରେଳ ଲାଇନ୍ ପାରି ହେବା ବେଳେ ଟ୍ରେନ ସହ ଧକ୍କା ହେବାରୁ ପ୍ରାଣ ହରାଇଛନ୍ତି । ନିକଟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ।












Click it and Unblock the Notifications