ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍
ଭୁଶୁଡ଼ିଲା ଖୋର୍ଦ୍ଧା- ବଲାଙ୍ଗିର ନିର୍ମାଣାଧୀନ ଟନେଲ । ଆଡେଣିଗଡ଼ଠାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୩୦ ମିଟରର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା । ୪ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିର୍ମାଣ ଧିନ ରେଳ ଟନେଲ ଭୁଷୁଡି ପଡିଛି, ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ରେ ନିର୍ମାଣାଧୀନ ରେଳ ଟନେଲ୍ରେ ସୋମବାର ଅଘଟଣ ଦେଖିବାକୁ ମିଳିଛି। ପ୍ରାୟ ୪କିଲୋମିଟର ବିଶିଷ୍ଟ ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡ଼ି ପଡିଛି। ଟନେଲ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ମିଟରର ଏକ ଗର୍ତ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟରେ କାର୍ଯ୍ୟ ଚାଲିଥିଲା କି ନାହିଁ ଓ କୌଣସି ଶ୍ରମିକ ଉପସ୍ଥିତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।












Click it and Unblock the Notifications