Get Updates
Get notified of breaking news, exclusive insights, and must-see stories!

ପ୍ରେରଣା ସାଜିଲେ ସୀମା, ପାଠପଢିବା ପାଇଁ ମହୁଲ ଫୁଲ ବିକି କିଣିଲେ ସ୍ମାର୍ଟଫୋନ

ଲୋକଙ୍କ ପାଇଁ ମାଲାକାନାଗୀର ଭଳି ପଛୁଆ ଅଞ୍ଚଳର ଜଣ ଝିଅ ପ୍ରେରଣା ସାଜିଛନ୍ତି । ଅଦମ୍ୟ ଇଚ୍ଛା ଆଗାରେ ମଧ୍ୟ ସବୁ କିଛି ହାର ମାନି ଯାଏ ବୋଲି ପ୍ରମାଣିତ କରିଛନ୍ତି ସ୍ଥାନୀୟ ସତୀଗୁଡା ଆବାସିକ ବିଦ୍ୟାଳୟର ଛାତ୍ରୀ ସୀମା ମାଡକାମୀ ।

ମାଲକାନଗିରି: ଜୀବନ-ଜୀବିକାକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରିଛି ମହାମାରୀ କରୋନା । କୋରନାକୁ ଢାଲ କରି ଅଭିବୃଦ୍ଦି ଓ ଅଗ୍ରଗତିରେ ବିଫଳ ହେଉଥିବା ଲୋକେ ବାହାନା ମାରୁଛନ୍ତି । ମାତ୍ର ଏହିପରି ଲୋକଙ୍କ ପାଇଁ ମାଲାକାନାଗୀର ଭଳି ପଛୁଆ ଅଞ୍ଚଳର ଜଣ ଝିଅ ପ୍ରେରଣା ସାଜିଛନ୍ତି । ଅଦମ୍ୟ ଇଚ୍ଛା ଆଗାରେ ମଧ୍ୟ ସବୁ କିଛି ହାର ମାନି ଯାଏ ବୋଲି ପ୍ରମାଣିତ କରିଛନ୍ତି ସ୍ଥାନୀୟ ସତୀଗୁଡା ଆବାସିକ ବିଦ୍ୟାଳୟର ଛାତ୍ରୀ ସୀମା ମାଡକାମୀ ।

Malkangiri

ଅନଲାଇନ ପାଠ ପଢିବାର ନିଶା ଯୋଗୁଁ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି, ତାକୁ ବିକି ସେ ଏକ ସ୍ମାର୍ଟ ଫୋନ କଣିଛନ୍ତି । କରୋନା କାଳରେ ଶ୍ରେଣୀଗୃହ ପାଠପଢା ସମ୍ଭବ ହେଉନଥିବାରୁ ରାଜ୍ୟ ସରକାର ୟୁ-ଟ୍ୟୁବରେ ବିକଳ୍ପ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ହେଲେ ଏହି ପାଠପଢା ପାଇଁ ସ୍ମାର୍ଟଫୋନ ବା ଆଣ୍ଡ୍ରଏଡ ଫୋନଟିଏ ନିହାତି ଜରୁରୀ । ସେଥିପାଇଁ ପ୍ରାୟ ୨ ମାସ ଧରି ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରିବା ପରେ ଗୋଟିଏ ସ୍ମାର୍ଟଫୋନ କଣିବାକୁ ସମର୍ଥ ହୋଇଛି ମାଲକାନଗିରିର ଆଦିବାସୀ ଛାତ୍ରୀ ସୀମା ମାଡକାମୀ ।

Malkangiri

ସୀମାର ପିଲାଟି ଦିନରୁ ପାଠ ପଢିବାରୁ ପ୍ରବଳ ଆଗ୍ରହ ଆଜି ତାଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚାଇଛି । ଆଗକୁ ମଧ୍ୟ ନିଜର ପାଠ ପଢା ଜାରି ରଖିବେ ବୋଲି ସୀମା କୁହନ୍ତି । ତେବେ ସୀମାକୁ କିନ୍ତୁ ପାଠ ପଢିବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ବାପା ମୁକ୍କାଙ୍କର ମାତ୍ର ଏକ ଏକର ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆର୍ଥିକ ଅନାଟନ ଦେଇ ପରିବାର ଗତି କରୁଛି । ତେବେ ପିଲାଙ୍କୁ ପାଠ ପଢାଇବା ପାଇଁ ସେ ଅସମର୍ଥ ବୋଲି କୁହନ୍ତି ।

ଗତବର୍ଷ ଅନଲାଇନରେ ଆଦୌ ପାଠ ପଢିପାରି ନଥିଲା । ଏଥର କିନ୍ତୁ ଗୋଟିଏ ବି କ୍ଲାସ ମିସ କରିବାକୁ ଚାହୁଁନଥିଲେ ସେ । ଆଉ ସେଥିପାଇଁ ଖରା, ବର୍ଷାରେ ଜଙ୍ଗଲରେ ବୁଲିବୁଲି ସଂଗ୍ରହ କରିଥିଲା ମହୁଲ ଫୁଲ । ଏଠାକାର ଆଦିବାସୀମାନେ ମୁଖ୍ୟତଃ ଏହି ମହୁଲ ଫୁଲ ସଂଗ୍ରହ କରି ନିଜର ଗୁଜୁରାଣ ମେଂଟାନ୍ତି । ହେଲେ ଦଶମ ଶ୍ରେଣୀର ଛୋଟିଆ ଝିଅଟିଏ ନିଜର ଶିକ୍ଷା ଆବଶ୍ୟକତାକୁ ପୂରଣ କରିବା ପାଇଁ ମହୁଲ ସଂଗ୍ରହ କରିବାକୁ ନିଜର ନିଶା କରିଦେଇଥିଲା । ତାକୁ ଶୁଖେଇ ସିଖପାଲି ସାପ୍ତାହିକ ହାଟରେ ବିକ୍ରି କରିବା ପରେ ୧୦ ହଜାର ଟଙ୍କା ରୋଜଗାର କଲା । ଆଉ ନିଜ ଅନଲାଇନ ପାଠପଢା ପାଇଁ ୮ ହଜାର ଟଙ୍କାରେ କିଣିଲା ଏକ ସ୍ମାର୍ଟଫୋନ୍ । ଆଉ କିଛି ପଇସାରେ ସିମକାର୍ଡ କିଣି ଏବେ ଅନଲାଇନରେ ପାଠ ପଢିବାକୁ ସମର୍ଥ ହୋଇଛି । ତେବେ ଘରେ ବିଜୁଳି ନଥିବାରୁ ପ୍ରତିଦିନ ତାଣ୍ଡିପାଲି ଗାଁରେ ଥିବା ଦାଦାଙ୍କ ଘରକୁ ଯାଇ ମୋବାଇଲ ଚାର୍ଜ କରିବା ପରେ ସକାଳୁ ୟୁ-ଟ୍ୟୁବରେ ପାଠ ପଢୁଛନ୍ତି ସୀମା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+