ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ

ଟ୍ରାନ୍ସପୋର୍ଟ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହୃତ । ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ, ପରିବହନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।

ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଥିଲା । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଥିଲା।

Odisha Transport Workers

ଆନ୍ଦୋଳନ ନେଇ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି ଆଗରୁ କହିଥିଲେ ଯେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯିବ। ଯାହା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇବା ସଦୃଶ ହୋଇଛି । ପୂର୍ବରୁ ଭାରତୀୟ ପିଙ୍ଗଳ କୋଟର ୧୦୪ ନମ୍ୱର ଧାରା (କ) ଅନୁସାରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୨ ବର୍ଷ ଜେଲ ଦଣ୍ଡ ଥିଲା । ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଭାରତୀୟ ପିଙ୍ଗଳ କୋଡରେ ପରିବର୍ତ୍ତନ ଆଣି ଭାରତୀୟ ନ୍ୟାୟ ସଂହିତା କରିଛନ୍ତି । ଯେଉଁଥିରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ବିରୋଧ କରୁଛି ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନ୍‌କୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପତି ପ୍ରକାଶ କରିଛନ୍ତି ।ସେପଟେ ରାଜ୍ୟରେ ୨ ଦିନ ପର୍ଯ୍ୟନ୍ତ ଅଭାବ ରହିବନି ବୋଲି କହିଛନ୍ତି । ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ। ଗତକାଲି ରବିବାର ସତ୍ତ୍ବେ ବିଭିନ୍ନ ସ୍ଥାନକୁ ତେଲ ଯାଇଛି ବୋଲି ସେ କହିଛନ୍ତି ।

ତେଣୁ ୨ ଦିନର ତେଲ ଗଚ୍ଛିତ ରହିଛି । ଭୟଭୀତ ହୁଅନ୍ତୁ ନାହିଁ । ଆବଶ୍ୟକତା ଠାରୁ ଅଧିକ ତେଲ କିଣନ୍ତୁ ନାହିଁ ବୋଲି ସେ କହିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ଆଜି ଶୁଭ ଫଳ ମିଳିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+