ପଦ୍ମପୁର ଦେଇ ରେଳ ଲାଇନ୍‌ ପ୍ରକଳ୍ପ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି କେନ୍ଦ୍ର ନିକଟରେ ଦାବି । ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ଭୁବନେଶ୍ୱର: ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି କେନ୍ଦ୍ର ନିକଟରେ ଦାବି । ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପତ୍ରରେ ମନ୍ତ୍ରୀ କହିଛନ୍ତି- ପଦ୍ମପୁରବାସୀଙ୍କ ଠାରୁ ଏକ ସ୍ମାରକପତ୍ର ପାଇଲା ପରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାଖଲ କରିଛି ।

railway project

ରେଳ ଲାଇନ ପ୍ରତିଷ୍ଠା ନେଇ ଗତ ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ । ପ୍ରସ୍ତାବିତ ପ୍ରକଳ୍ପ ନେଇ ସେହିଦିନ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ସରକାର ମଧ୍ୟ ରେଳବାଇକୁ ଅନୁରୋଧ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରତିଶ୍ରୁତି ସହିତ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେଣୁ ରେଳ ମନ୍ତ୍ରାଳୟ ଏହି ପ୍ରକଳ୍ପ ନେଇ ପୁନଃ ବିଚାର କରୁ।

ଭାଷଣ ଅବସରରେ ଧର୍ମେନ୍ଦ୍ର କହିଥିଲେ- କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି । ୨୦୧୮ରୁ ଆଜି ଯାଏ ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରାଳୟ ନିକଟରେ ଦାବି କରିଆସୁଛନ୍ତି । ଏହି ରେଳପଥ ନିର୍ମାଣ ହେଲେ ଓଡିଶାର ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ ହେବା ସହ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହେବ । ତେବେ ଏହି ରେଳ ଲାଇନ ପ୍ରତିଷ୍ଠା ହେଲେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ ଦେଇ ଉପକୂଳ ଓଡିଶା ସହ ପଶ୍ଚିମ ଓଡିଶା ମଧ୍ୟରେ ତ୍ବରିତ ସଂଯୋଗ ପ୍ରତିଷ୍ଠା ହୋଇପାରିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ପତ୍ରରେ ଦର୍ଶାଇଛନ୍ତି ।

ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନିଜର ମତ ରଖିଛନ୍ତି । କେନ୍ଦ୍ରର ବୈମାତୃକ ଭାବ ଯୋଗୁ ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ଯାଉଥିବା ରେଳ ଲାଇନ୍ ଯାହା ପଦ୍ମପୁର ଦେଇ ଜିବ ତାହା ସମ୍ଭବ ହୋଇପାରୁ ନାହିଁ। ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ଏହାକୁ ନେଇ ଅନୁମୋଦନ କରିଛନ୍ତି। ୨୦୧୮ରୁ ଯଦି ଅନୁମୋଦନ ହୋଇଥିଲା, ତେବେ ଏଯାଏଁ କାହିଁକି କାର୍ଯ୍ୟ ହୋଇନାହିଁ। ୨୦୧୯ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ମଧ୍ୟ ଦିଆଯାଇଥିଲା, ଏହାର ଉତ୍ତରରେ କେନ୍ଦ୍ରସରକାର କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ହୋଇପାରିବ ନାହିଁ । ଯଦି କରାଯିବ ତାହାପାଇଁ ରାଜ୍ୟସରକାର ମାଗଣା ଜମି ଓ ପୁନଃ ସ୍ଥାପନା ବ୍ୟବସ୍ଥା କରିବାକୁ ପଡ଼ିବ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଗଣା ଜମି ସହ ୩୦୦ କୋଟି ଟଙ୍କା ଅନୁଦାନ ଦେବା ପାଇଁ ଉତ୍ତର ଦେଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+