ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇନଥିବା ୨୮ଟି ମୃତଦେହରୁ ୩ଟି ମୃତଦେହର ହେଲା ସଂସ୍କାର
ବାହାନଗା ଟ୍ରାଜେଡିରେ ଚିହ୍ନଟ ହୋଇପାରିନଥିବା ୨୮ଟି ମୃତଦେହରୁ ପ୍ରଥମ ପର୍ଯ୍ୟାୟରେ ୩ଟି ମୃତଦେହକୁ କାଠରେ ଦାହ କରାଯାଇଛି । ଏମ୍ସରୁ ନେଇ ଭରତପୁର ଶ୍ମଶାନରେ ସଂସ୍କାର କରାଗଲା ମୃତଦେହ ।
ଆଉ ୨୫ଟି ମୃତଦେହ ଖୁବ ଶୀଘ୍ର ସଂସ୍କାର ହେବ । ଏ ସବୁର ସତ୍କାର କିଭଳି ଭାବରେ ସୁରୁଖୁରୁରେ କରାଯାଇପାରିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି ।
ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବିତିଗଲାଣି ୪ ମାସ । ଏବେ ବି ଚିହ୍ନଟ ହୋଇପାରିନି ମୃତଦେହ ।ଏହା ପୂର୍ବରୁ କୌଣସି ମୃତକଙ୍କ ସମ୍ପର୍କୀୟ ଆସୁଛନ୍ତି , ତେବେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ସବୁ ସରକାରୀ ନିୟମ ଅନୁପାଳନରେ ଶବ ସତ୍କାର ନେଇ ଆଲୋଚନା କରାଯାଉଛି ।

ମୃତଦେହ ଫ୍ରିଜରେ ରହିବା ୩/୪ ମାସ ହେଲାଣି, ଅଧିକ ରହିପାରିବନି ବୋଲି ସେ କହିଛନ୍ତି । ମୃତଦେହ କଣ୍ଟେନର ଫ୍ରିଜରେ ଅଛି । ଚାରି ମାସ ହୋଇଗଲାଣି । ଅଧିକ ଦିନ ଶବ ରଖା ଯାଇପାରିବନି ।
ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBIର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । BMC ଏନେଇ SOP ଜାରି କରିଛି ।
ଉଲେଖ ଥାଉକି, ଜୁନ୍ 2 ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ 295 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ 162 ଜଣଙ୍କର ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ 134 ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ 81ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମୃତଦେହ ହସ୍ତାନ୍ତର କରାଯାଉଛି ଏବଂ ଏପର୍ଯ୍ୟନ୍ତ 53 ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ 28ଟି ମୃତହେଦ ଏମ୍ସରେ ରଖାଯାଇଛି ।












Click it and Unblock the Notifications