Get Updates
Get notified of breaking news, exclusive insights, and must-see stories!

ବାହାନଗା ଟ୍ରାଜେଡି: ଚନ୍ଦକା ଥାନାରେ ପହଞ୍ଚିଲା CBI ଟିମ୍‌, ଅଭିଯୁକ୍ତଙ୍କୁ କରିବ ପଚରାଉଚରା

ଭୁବନେଶ୍ୱର: ଚନ୍ଦକା ଥାନାରେ ପହଞ୍ଚିଲା CBI ଟିମ୍‌ । ବାହାନଗା ଟ୍ରାଜେଡିର ୩ ଅଭିଯୁକ୍ତଙ୍କୁ କରିବ ପଚରାଉଚରା। ୫ ଜଣିଆ CBI ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛନ୍ତି। ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ସୂଚନା ମିଳିଛି। ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ଅଭିଯୁକ୍ତଙ୍କ ପାଇଁ ୫ ଦିନିଆ ରିମାଣ୍ଡର ଅନୁମତି ଦେଇଥିଲେ।

ଅଭିଯୁକ୍ତଙ୍କୁ ପ୍ରଥମେ ଗିରଫ କରି ମେଡିକାଲ ଚେକ୍ ଅପ୍ କରାଯାଇଥିଲା । କଡ଼ା ସୁରକ୍ଷାରେ ଭୁବନେଶ୍ୱର ସିବିଆଇ ଅଫିସରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାଁ, ଟେକନିସିଆନ ପପୁ କୁମାର । ସିଆରପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ।

TRAIN_ACCIDENT

ତଦନ୍ତକାରୀ ସଂସ୍ଥାର ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୩ ଅଭିଯୁକ୍ତଙ୍କ ତ୍ରୁଟି ପାଇଁ ହିଁ ଦୁର୍ଘଟଣା ହୋଇଛି। CRS ମଧ୍ୟ ତଦନ୍ତ ରିପୋର୍ଟରେ ମନୁଷ୍ୟକୃତ ତ୍ରୁଟି ଦର୍ଶାଇଥିଲେ । ଉଦ୍ଦେଶ୍ୟମୂଳକ ପ୍ରମାଣିତ ହେଲେ ଏହି ୩ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବ।

ସୂଚନାଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+