ବାହାନଗା ଟ୍ରାଜେଡି: ବାଲେଶ୍ୱରରେ ପହଞ୍ଚିଲା CBI ଟିମ୍
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବାହାନଗା ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା CBI ଟିମ୍ । ଦୁର୍ଘଟଣାର ସଠିକ୍ ତଦନ୍ତ କରିବା ପାଇଁ ୧୦ ରୁ ୧୨ ଜଣିଆ ସିବିଆଇ ଟିମ୍ ଗଠନ କରାଯାଇଛି । କେଉଁ କରାଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ସେନେଇ କାରଣ ଖୋସିବ ସିବିଆଇ ।

ସୂଚନା ଅନୁସାରେ, ରେଳମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ । ଯାହା ପରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ବାହାନଗା
ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନିରପେକ୍ଷ ଭାବେ ଯେଉଁ ପରି ତଦନ୍ତ ହେବ ସେନେଇ ଅଧିକ ଗୁରୁତ୍ୱ ଦିଆଯାଉଛି ।
ସିବିଆଇ ଦଳ ବାହାନଗା ଷ୍ଟେସନର ସିଗନାଲ ରୁମରେ ପହଁଞ୍ଚି ଯାଞ୍ଚ କରିବା ସହ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆଖପାଖ ସ୍ଥାନ ମଧ୍ୟ ଦେଖୁଛି ଦଳ । ସେହିପରି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବଗି ଗୁଡିକର ମଧ୍ୟ ଯାଞ୍ଚ କରାଯିବ । ତେବେ ଯେଉଁ ମାନେ ସନ୍ଦେହ ଘେରକୁ ଆସୁଛନ୍ତି ସମସ୍ତଙ୍କୁ ପଚରାଉଚରା କରାଯାଉଛି ।
ତେବେ କେଉଁ କେଉଁ ଦିଗରେ ଯାଞ୍ଚ ହେବ ତାହା ନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ । ପ୍ରାଥମିକ ତଦନ୍ତ ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇପାରେ ।
ସେପଟେ ଟ୍ୟାମ୍ପରିଂ ବିନା ଏଭଳି ଭୟଙ୍କର ଦୁର୍ଘଟଣା ଘଟିବା ଅସମ୍ଭବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତଟ ରେଳବାଇ ଡିଆରଏମ ରିଙ୍କେଶ ରୟ ।












Click it and Unblock the Notifications