ଓଡି଼ଶା ଟ୍ରେନ ଟ୍ରାଜେଡି଼: ୪୮ ଘଣ୍ଟା ପରେ ବଗି ତଳୁ ଆହତ ଅବସ୍ଥାରେ ଉଦ୍ଧାର ହେଲେ ଯାତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଆଜି ଶେଷ ବଗିରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବଗି ତଳୁ ଉଦ୍ଧାର ହୋଇଛନ୍ତି ଜଣେ ଯାତ୍ରୀ । ଦୀର୍ଘ ୪୮ ଘଣ୍ଟା ପରେ ବଗି ତଳୁ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ତେବେ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ଭର୍ତ୍ତି କରାଯାଇଛି । ଦୁର୍ଘଟରାକୁ ୪୮ ଘଣ୍ଟା ବିତି ଯାଇଥିବା ବେଳେ ଆଜି ଏହି ଯାତ୍ରୀଜଣକ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।

Odisha Train Tragedy

ଅନ୍ୟପଟେ ବାହନଗା ଟ୍ରେନ ଟ୍ରାଜେଡ଼ିରେ ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫ ବୋଲି କହିଛନ୍ତି ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ । ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୨୭୫ ମୃତଦେହରୁ ୮୮ଟି ଚିହ୍ନଟ, ୧୮୭ଟି ଚିହ୍ନଟ ହୋଇ ପାରିନି । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଆସିଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ ଚାଲିଛି ।

ସେପଟେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ଘଟିଥିବା ରେଳଟ୍ରାକର ମରାମତି ନେଇ ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+