ବାହାନଗା ଟ୍ରାଜେଡି: ଖୁବଶୀଘ୍ର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହର ହେବ ସତ୍କାର, ଚାଲିଛି ପ୍ରକ୍ରିୟା
ଚାଲିଛି ଟ୍ରେନ୍ ଟ୍ରାଜେଡିର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ CBI, BMC, ଏମ୍ସ, ରାଜ୍ୟ ସରକାର ସାମିଲ ବୋଲି ସେ କହିଛନ୍ତି ।
ଏ ଯାଏଁ ସତ୍କାର ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ସବୁ ସରକାରୀ ନିୟମ ଅନୁପାଳନରେ ସତ୍କାର ପାଇଁ ଆଲୋଚନା ଚାଲିଛି । ଏହା ଭିତରେ ବି ଯଦି କେହି ସମ୍ପର୍କୀୟ ଆସିବେ ମୃତଦେହ ଦିଆଯିବ ବୋଲି ସେ କହିଛନ୍ତି । ମୃତଦେହ ଫ୍ରିଜରେ ରହିବା ୩/୪ ମାସ ହେଲାଣି, ଅଧିକ ରହିପାରିବନି ବୋଲି ସେ କହିଛନ୍ତି । ମୃତଦେହ କଣ୍ଟେନର ଫ୍ରିଜରେ ଅଛି । ଚାରି ମାସ ହୋଇଗଲାଣି । ଅଧିକ ଦିନ ଶବ ରଖା ଯାଇପାରିବନି ।
ବିଭିନ୍ନ ନିୟମ କିପରି ପାଳନ ହେବ ସେ ଦିଗରେ ଆଲୋଚନା ଚାଲିଛି । କେତେ ପର୍ଯ୍ୟାୟରେ ସତ୍କାର ହେବ ସେ ନେଇ ବିଚାର ଚାଲିଛି । ତା ପରେ ତାରିଖ ଧାର୍ଯ୍ୟ କରାଯିବ । CBI, BMC ଏକା ସହ ଆସିପାରିବା ପରେ ତାରିଖ ଧାର୍ଯ୍ୟ ହେବ ।

CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBIର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । BMC ଏନେଇ SOP ଜାରି କରିଛି । ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି । ମୃତଦେହ ହସ୍ତାନ୍ତର ଠାରୁ ସଂସ୍କାର ଯାଏଁ ହେବ ଭିଡିଓଗ୍ରାଫି ।
ଉଲେଖ ଥାଉକି, ଜୁନ୍ 2 ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ 295 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ 162 ଜଣଙ୍କର ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ 134 ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ 81ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମୃତଦେହ ହସ୍ତାନ୍ତର କରାଯାଉଛି ଏବଂ ଏପର୍ଯ୍ୟନ୍ତ 53 ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ 28ଟି ମୃତହେଦ ଏମ୍ସରେ ରଖାଯାଇଛି ।












Click it and Unblock the Notifications