ବାହାନଗା ଟ୍ରେନ ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର

ବାହାନଗା ଟ୍ରାଜେଡିରେ ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର । ୨୮ ମୃତଦେହର ସଂସ୍କାର ନେଇ ବିଏମ୍‌ସି ମେୟରଙ୍କ ସୂଚନା । ଦିନେ ଦୁଇ ଦିନ ଭିତରେ ୨୮ ଅଚିହ୍ନା ମୃତଦେହର ସତ୍କାର ହେବ । CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ ।

ଭରତପୁର ଓ ସତ୍ୟନଗର ଶ୍ମଶାନରେ ମୃତଦେହ ସଂସ୍କାର ହେବ । ବିଏମସି ପକ୍ଷରୁ ଶବବୁହା ଗାଡ଼ି ଯୋଗାଇ ଦିଆଯିବ । ମୃତଦେହ ହସ୍ତାନ୍ତର ଠାରୁ ସଂସ୍କାର ଯାଏଁ ହେବ ଭିଡିଓଗ୍ରାଫି କରାଯିବ ।

ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBIର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । BMC ଏନେଇ SOP ଜାରି କରିଛି । ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି । ମୃତଦେହ ହସ୍ତାନ୍ତର ଠାରୁ ସଂସ୍କାର ଯାଏଁ ହେବ ଭିଡିଓଗ୍ରାଫି ।

bahanaga_tragedy
ସିବିଆଇ ତରଫରୁ ରେଳ ବିଭାଗର ୩ଜଣ କର୍ମଚାରୀଙ୍କ ନାମରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ସିବିଆଇ ତରଫରୁ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ, ଅମୀର ଖାନ ଓ ପପୁ କୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ଗତ ଜୁଲାଇ ୭ ତାରିଖ ଦିନ ଏହି ତିନି ଜଣଙ୍କୁ ଗିରଫ କରିଥିଲା ସିବିଆଇ । ତିନି ଜଣଙ୍କୁ ସିଆରପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଥିଲା ସିବିଆଇ । ୩ ଅଭିଯୁକ୍ତଙ୍କ ବିରୋଧରେ ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଥିଲା ସିବିଆଇ

ଉଲେଖ ଥାଉକି, ଜୁନ୍‌ 2 ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ 295 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ 162 ଜଣଙ୍କର ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ 134 ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ 81ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମୃତଦେହ ହସ୍ତାନ୍ତର କରାଯାଉଛି ଏବଂ ଏପର୍ଯ୍ୟନ୍ତ 53 ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ 28ଟି ମୃତହେଦ ଏମ୍ସରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+