ରେଳ ଧାରଣାରେ ଉପୁଡି ପଡିଲା ଶାଳଗଛ: ଅଟକିଛି ବାଲେଶ୍ୱର-ବାଙ୍ଗିରିପୋଷି DMU
ବାରିପଦା : ଉପୁଡି ପଡିଲା ଶାଳଗଛ । ଅଟକିଲା ବାଲେଶ୍ୱର-ବାଙ୍ଗିରିପୋଷି DMU । ରେଳ ଧାରଣା ଉପରେ ଭାଙ୍ଗି ପଡ଼ିଗଲା ଶାଳ ଗଛ । ଶାଳ ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡ଼ିପଡ଼ିଛି । ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଅଟକିଛି ବାଲେଶ୍ୱର-ବାଙ୍ଗିରିପୋଷି DMU ।
ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ସରକାରୀ କାର୍ଯ୍ୟ ଓ ଶିକ୍ଷାନୁଷ୍ଠାନକୁ ଯାଉଥିବା ଜନସାଧାରଣ, କର୍ମଚାରୀ ଓ ଛାତ୍ରଛାତ୍ରୀ ଜଙ୍ଗଲ ରାସ୍ତାରେ ଚାଲିଚାଲି କେସିପୁର ଠାରେ ଜାତୀୟରାଜପଥକୁ ପହଞ୍ଚି ବିକଳ୍ପ ବ୍ୟବସ୍ଥାରେ ଗନ୍ତବ୍ୟ ସ୍ଥାନକୁ ଯାଉଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଳଷ୍ଟେସନରୁ ୨୦୦ମିଟର ଦୂରରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ରହିଛି । ଫଳରେ ଅଧା ବାଟରେ ଅଟକିଛି ବାଲେଶ୍ଵର-ବାଙ୍ଗିରିପୋଷି DMU ।

ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି । ଶାଳଗଛ ପଡିବା ଫଳରେ ବିଦ୍ୟୁତ ତାର ଛିଣ୍ଡିବାରୁ ବିଦ୍ୟୁତ ସରବରାହ ବନ୍ଦ ହେବାରୁ ଟ୍ରେନ ଆଗକୁ ଯାଇପାରିନି ।
ଖବରପାଇ ବେତନଟୀ ଓ ରେଳବାଇ ପୁଲିସ ପହଞ୍ଚିଛି । ଆଉ ଗଛକୁ ସଫା କରିବା କାମ ଚାଲୁ ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଗଛ ଗଣ୍ଡି ଓ ଡାଳ ହଟାଇବା ଆରମ୍ଭ ହୋଇଛି । ଆହୁରି ୪ ଘଣ୍ଟା ପାଇଁ ଅଟକିଛି ଟ୍ରେନ ।
ରେଳବାଇ ବିଦ୍ୟୁତ ଇଞ୍ଜିନିୟର ଓ କର୍ମଚାରୀକୁ ଧରି ଏକ ମରାମତି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ ଖଡ଼ଗପୁର ଆସିବା ପରେ ସ୍ୱାଭାବିକ ସ୍ଥିତି ପାଇଁ ୪/୫ଘଣ୍ଟା ସମୟ ଲାଗିବ ବୋଲି ଜଣାପଡିଛି ।












Click it and Unblock the Notifications