ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ଟ୍ରେନ୍ ଟ୍ରାଜେଡିର ଆହତଙ୍କୁ ଭେଟିବେ ମାଣ୍ତଭୀୟ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତଭୀୟ । ଆଜି କେନ୍ଦ୍ର ମନ୍ତ୍ରୀ ଏମ୍ସରେ ଭର୍ତ୍ତି ଥିବା ଟ୍ରେନ୍ ଟ୍ରାଜେଡିର ଆହତଙ୍କୁ ଭେଟିବା ସହ ସ୍ଥିତିର ସମୀକ୍ଷା କରିବେ । ଏହାପରେ କଟକ ଏସସିବି ଏବଂ ବାଲେଶ୍ୱର ମେଡିକାଲ ଯାଇ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, ଭୁବନେଶ୍ୱରରେ ଆଜି 160 ରୁ ଅଧିକ ମୃତଦେହ ପହଞ୍ଚିବ । ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । 30 ରୁ 40 ମୃତକଙ୍କ ପରିଚୟ ମିଳିସାରିଛି । କିଛି ଯାତ୍ରୀଙ୍କ ପ୍ରମାଣପତ୍ର ମଧ୍ୟ ମିଳିଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ଅଛି । ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ବଡ ଚ୍ୟାଲେଞ୍ଜ ପାଲଟିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।












Click it and Unblock the Notifications