ମୃତଦେହ ବୋହି ଭଦ୍ରକରୁ ଚେନ୍ନାଇ ଗଲା ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ଲୋକଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଉଛି । ଏହାରି ମଧ୍ୟରେ ଓଡ଼ିଶାରୁ ଚେନ୍ନାଇ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ । ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ବାହାରିଛି ଏହି ସ୍ପେଶାଲ ଟ୍ରେନ୍ ।

ତେବେ ଏହି ଟ୍ରେନ ମୃତଦେହ ନେଇ ଚେନ୍ନାଇ ଅଭିମୁଖେ ବାହାରିଛି । କଟକ, ଭୁବନେଶ୍ୱର ସମେତ ପ୍ରମୁଖ ଷ୍ଟେସନରେ ରହଣିର ବ୍ୟବସ୍ଥା ହୋଇଛି । ଆବଶ୍ୟକ ହେଲେ ଟ୍ରେନରେ ପାର୍ସଲ ଭ୍ୟାନର ବ୍ୟବସ୍ଥା ରହିଛି । ଏହି ପାର୍ସଲ ଭ୍ୟାନରେ ମୃତଦେହ ନେବାର ସମସ୍ତ ବ୍ୟବସ୍ଥା ରହିଛି।
ଅନ୍ୟପଟେ ବାହନଗା ଟ୍ରେନ ଟ୍ରାଜେଡ଼ିରେ ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ । ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୨୭୫ ମୃତଦେହରୁ ୮୮ଟି ଚିହ୍ନଟ, ୧୮୭ଟି ଚିହ୍ନଟ ହୋଇ ପାରିନି । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଆସିଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ ଚାଲିଛି ।












Click it and Unblock the Notifications