ପୁଣି ଅଘଟଣ ! ଏକ୍ସପ୍ରେସ ଟ୍ରେନର ଏସି କୋଚରେ ଧୂଆଁ, ଭୟଭୀତ ଯାତ୍ରୀ

ବ୍ରହ୍ମପୁର: ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇ ପଡ଼ିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଛନ୍ତି ।

ଧୂଆଁ ବନ୍ଦ ହୋଇଥିଲେ ବି ଯିବାରୁ ଅମଙ୍ଗ ହେଉଛନ୍ତି ଯାତ୍ରୀ । ନିକଟରେ ବଡ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀ ଭୟଭୀତ ହୋଇଛନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ଯାତ୍ରୀଙ୍କୁ ଭୟଭୀତ କରିପକାଇଛି । ବଗିକୁ ନବଦଳାଇଲେ ଟ୍ରେନ୍‌ରେ ଯିବୁ ନାହିଁ ବୋଲି ଜିଦ୍‌ ଧରି ବସିଛନ୍ତି ।

Train

ରେଲୱେ ବିଭାଗର ଅଧିକାରୀ କହିଛନ୍ତି, ଏବେ ଆଉ କୌଣସି ଅସୁବିଧା ନାହିଁ । ବର୍ତ୍ତମାନ ଗାଡ଼ି ଛାଡ଼ିବା ପାଇଁ ଷ୍ଟେସନ୍‌ ମାଷ୍ଟର୍‌ ଲେଖାଲେଖି କରୁଛନ୍ତି । ଏବେ ଟ୍ରେନ୍‌ ଛାଡ଼ିବ ବୋଲି ସୂଚନା ମିଳିଛି ।

ସେପଟେ ବାହାନଗା ଟ୍ରେନ ଦୁର୍ଘଟଣାରେ ଆସୁଛି ଆଉ ଏକ ରୋଚକ ତଥ୍ୟ । ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୫୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ରହିଛି । ଏହି ମୃତ ଯାତ୍ରୀଙ୍କ ଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନ ଥିବା ବେଳେ ଶରୀର ଗୁଡ଼ିକ ପୋଡ଼ି କଳା ପଡ଼ି ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+