ୱେବସାଇଟରେ ମିଳୁଛି ମୃତକଙ୍କ ଫଟୋ, ଏଇଠୁ ଚିହ୍ନଟ କରି ପାରିବେ ମୃତଦେହ
ଭୁବନେଶ୍ୱର: ୱେବସାଇଟରେ ଅପଲୋଡ ହେଲା ମୃତକଙ୍କ ଫଟୋ । ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳିନଥିବା ଶବ ଗୁଡିକର ତଥ୍ୟ ୱେବସାଇଟରେ ଉପଲବ୍ଧ କରାଯାଇଛି । ୩ଟି ୱେବସାଇଟରେ ସବିଶେଷ ତଥ୍ୟ ଉପଲବ୍ଧ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ତେବେ ଏହି ୩ଟି ୱେବସାଇଟ ହେଲା- https:// srcodisha.nic.in, https:// www.bmc.gov.in ଓ https:// www.osdma.org । । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବର୍ତ୍ତମାନ ଆମର ମୁଖ୍ୟ ସମସ୍ୟା ହେଉଛି ମୃତଦେହ ଗୁଡ଼ିକୁ ଚିହ୍ନଟ କରିବା । ସେହି ଫଟୋ ଦେଖି କେହି ଯଦି କୌଣସି ମୃତକଙ୍କୁ ଚିହ୍ନିବେ, ତା'ହେଲେ ଫୋନ ମାଧ୍ୟମରେ ଆମକୁ ଯୋଗାଯୋଗ କରିପାରିବେ। ସେଥିପାଇଁ ଟୋଲ୍ ଫ୍ରୀ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ସେଥିରୁ ଗୋଟିଏ ନମ୍ବର ହେଉଛି - 18003450061। ଦେଶର ଯେକୌଣସି ସ୍ଥାନରୁ ଏହି ନମ୍ବର ରେ ଲୋକେ ଫୋନ କରି ତଥ୍ୟ ସଂଗ୍ରହ କରିପାରିବେ। ତେବେ ଛୋଟ ପିଲାଙ୍କୁ ଏହି ୱେବସାଇଟ ନଦେଖିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ ଡେସ୍କ ଖୋଲାଯାଇଛି । ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସୂଚନା ନେଇପାରିବେ ସମ୍ପର୍କୀୟ । ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରରେ ଅନ୍ତିମ ସଂସ୍କାର କରାଯିବାର ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ତେବେ ମୃତଦେହ ନିଜ ଅଞ୍ଚଳକୁ ନେବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ଶବ ସଂରକ୍ଷିତ କରି ରଖାଯାଇଛି ।












Click it and Unblock the Notifications