Get Updates
Get notified of breaking news, exclusive insights, and must-see stories!

ଓଡିଶା ଟ୍ରେନ୍ ଟ୍ରାଜେଡି: ଶବର ଗଦା ଭିତରୁ ସାନ ଭାଇକୁ ଉଦ୍ଧାର କଲା ବଡ଼ ଭାଇ

ବାଲେଶ୍ୱର: ଗତ ଶୁକ୍ରବାର ସେଇ କାଳ ରାତିରେ ବାହାନଗା ଷ୍ଟେସନ୍ ବଜାର ରେଳ ଷ୍ଟେସନରେ ଘଟିଯାଇଥିବା ସେଇ ମର୍ମନ୍ତୁଦ ଦୁର୍ଘଟଣାରେ ଆଜି ବି ଛାତିକୁ ଦୋହଲାଇ ଦେଉଛି । ତିନି ଲୌହ ଦାନବର ଧକ୍କା ଫଳରେ ଚାଲିଗଲା ଶହ ଶହ ମଣିଷଙ୍କ ଜୀବନ । କ୍ଷଣକ ମଧ୍ୟରେ ରେଳ ଧାରଣା ଓ ପାଖାପାଖି ସ୍ଥାନରେ ଗଦା ହୋଇଗଲା କୁଢ କୁଢ ଶବ । ଆଉ ସେଇ ଶବର ଗଦା ମଧ୍ୟରୁ ନିଜ 10 ବର୍ଷ ସାନ ଭାଇକୁ ଜୀବତ ଉଦ୍ଧାର କରିଥିଲା ଜଣେ ବଡ଼ ଭାଇ ।

ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଅନେକ ବ୍ୟକ୍ତି ସେହି କାଳ ରାତ୍ରିର ଭୟନାକ କାହାଣୀ ଏବେ ବର୍ଣ୍ଣନା କରୁଛନ୍ତି । ଏପରି କିଛି କାହାଣୀ ଏବେ ସାମ୍ନାକୁ ଆସୁଛି, ଯାହା ଜୀବନ ଓ ମୃତ୍ୟୁର ଦୋଛକିରେ ଆପଣଙ୍କ ଛାତି ଥରାଇ ଦେବ । ସେପରି ଏକ କାହାଣୀ ହେଉଛି ବାହାନଗା ଭୋଗରାଇର ଦଶ ବର୍ଷ ବୟସ୍କା ଦେବାଶିଷ ପାତ୍ରଙ୍କୁ ତାଙ୍କ ବଡ ଭାଇ ୭ ସବ ତଳୁ ଉଦ୍ଧାର କରିବା ଘଟଣା ।

Odisha Train Accident

ଶନିବାର ଦିନ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ବଡ଼ ଭାଇ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ କପାଳ ଓ ମୁହଁ ସମେତ ଅନେକ ସ୍ଥାନରେ ଆଘାତ ଲାଗିଥିଲା । ଷଷ୍ଠ ଶ୍ରେଣୀର ଛାତ୍ର ଦେବାଶିଷ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି ।

ସେ ଶୁକ୍ରବାର ଦିନ କରୋମଣ୍ଡୋଳ ଏକ୍ସପ୍ରେସରେ ପରିବାର ସଦସ୍ୟଙ୍କ ସହ ଭଦ୍ରକ ଯାଉଥିଲେ। ଦେବାଶିଷ ଗଣମାଧ୍ୟମକୁ କହିଛନ୍ତି, "ମୋ ବାପା ଭଦ୍ରକ ପାଇଁ କରୋମଣ୍ଡୋଳ ଏକ୍ସପ୍ରେସରେ ଟିକେଟ ବୁକ୍ କରିଥିଲେ, ଯେଉଁଠାରେ ମାମୁଁ ଓ ମାଉସୀ ଆମକୁ ନେବାକୁ ଅପେକ୍ଷା କରିଥିଲେ। ସେଠାରୁ ଆମେ ପୁରୀ ଯିବାକୁ ଯୋଜନା କରିଥିଲୁ । ମୋ ବାପା, ମା ଏବଂ ବଡ ଭାଇ ଏହି ଯାତ୍ରା ଯୋଜନା କରିଥିଲେ ଏବଂ ସମସ୍ତେ ମୋ ସହ ଯାତ୍ରା କରୁଥିଲେ। "

ଆହୁରି ମଧ୍ୟ ସେ କହିଛନ୍ତି, "ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ୍ ବାଲେଶ୍ୱର ଛାଡିବାର କିଛି ମିନିଟ୍ ପରେ ମୁଁ ମୋ ମାଆଙ୍କ ପାଖରେ ବସିଥିଲି । ସନ୍ଧ୍ୟା ୭ଟା ପାଖାପାଖି ସମୟରେ ହଠାତ୍ ଏକ ବଡ଼ ଶଦ୍ଧ ଶୁଭିଲା । ତା'ପରେ ଅଧିକ ଜୋରରେ ପାଟିତୁଣ୍ଡ ହେବାକୁ ଲାଗିଲା । ଆଉ ତା'ପରେ ସବୁକିଛି ଅନ୍ଧାର ହୋଇଗଲା । ମୁଁ ଚେତା ହରାଇଲି, ମୁଁ ଯେତେବେଳେ ଆଖି ଖୋଲିଲି, ସେତେବେଳେ ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଥିଲି । ମୃତ ଦେହର ଗଦା ତଳେ ଫସି ରହିଥିଲି । ଆଉ ମୁଁ ମୋ ବଡ଼ ଭାଇ ଶୁଭାଶିଷଙ୍କୁ ଅନ୍ଧାରରେ ଖୋଜୁଥିଲି ।

ସୂଚନାଥାଉ କି, ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ରିପୋର୍ଟରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇପାରିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦୁର୍ଘଟଣା ସ୍ଥଳରୁ ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା । ବାଲେଶ୍ୱରରେ ହିଁ ୯୪ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି ।

ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇଥିବା । ମୋଟ ୨୮୮ ମୃତଦେହ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବିଭିନ୍ନ ହସ୍ପିଟାଲରେ ଏବେ ବି ୮୩ଟି ମୃତଦେହ ରହିଛି, ସେସବୁର ଡିଏନ୍‌ଏ ସାମ୍ପଲ ରଖାଯାଇଛି । ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+