ବାହାନଗା ଟ୍ରାଜେଡି:ଏମ୍ସରେ ଡିଏନଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ, ୧୦ରୁ ଅଧିକ ପରିବାରର ନମୁନା ହେଲା ପରୀକ୍ଷା
ଭୁବନେଶ୍ୱର:ବାହାନଗା ଟ୍ରାଜେଡି । ଏମସରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ୧୦ରୁ ଅଧିକ ପରିବାର ମୃତଦେହ ଚିହ୍ନଟ ପାଇଁ ଦେଇଛନ୍ତି ନମୁନା । ଗତକାଲି ୫ ଜଣଙ୍କ ରକ୍ତ ନମୁନା ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।
ସୂଚନା ଅନୁସାରେ, ଭୁବନେଶ୍ୱରକୁ ମୋଟ୍ ୧୯୩ଟି ମୃତଦେହ ଅଣାଯାଇଥିଲା ଯାହା ମଧ୍ୟରୁ ୧୨୩ ମୃତଦେହ ଏମସରେ ରଖାଯାଇଛି । ଏପର୍ଯ୍ୟନ୍ତ ଏମସରୁ ୯୬ଟି ମୃତଦେହ ହସ୍ତାନ୍ତର କରାଯାଇଛି ।

ମୃତଦେହ ଚିହ୍ନଟ ପାଇଁ ବର୍ତ୍ତମାନ ୧୦ରୁ ଅଧିକ ପରିବାର ଡିଏନଏ ନମୁନା ଦେଇଛନ୍ତି । ପୂର୍ବରୁ ସମସ୍ତ ମୃତ ଦେହର ନମୁନା ସଂଗ୍ରହ କରାଯାଇଛି । ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ । ଅନ୍ୟପଟେ ଏମସରେ ସମସ୍ତ ମୃତ ଦେହକୁ କଂଟେନରରେ ସଂରକ୍ଷିତ କରି ରଖାଯାଇଛି ।
ସୂଚନାଥାଉ ଯେ, ବାହାନଗାରେ କରମଣ୍ତଳ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକଙ୍କ ମଧ୍ୟରୁ ୧୭୭ ଜଣଙ୍କ ପରିଚୟ ମିଳିସାରିଛି ଏବଂ ସମସ୍ତ ମୃତ ଦେହ ପରିବାରକୁ ହସ୍ତାନ୍ତର କରାଯାଇସରିଛି । ହେଲେ ଏବେ ବି କିଛି ମୃତ ଦେହର ପରିଚୟ ମିଳି ପାରୁ ନାହିଁ । ଯେଉଁଥି ପାଇଁ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ।












Click it and Unblock the Notifications