ବାହାନଗା ରେଳ ଦୁର୍ଘଟଣା: ତଦନ୍ତ ଆରମ୍ଭ କଲା ସିବିଆଇ

ବାଲେଶ୍ୱର: ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ସିବିଆଇ ଟିମ୍ । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଦିଆଯାଉଛି ଫୋକସ୍ । କେଉଁ କାରଣରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଲା ଉତ୍ତର ଖୋଜିବା ପାଇଁ ଆକ୍ସନ ମୋଡରେ ସିବିଆଇ ।

ଗତକାଲି ସିବିଆଇକୁ ଭାରତୀୟ ରେଳବାଇ ବୋର୍ଡ ତଦନ୍ତ କରିବା ପାଇଁ ସୁପାରିଶ କରିଥିଲା । ଯାହା ପରେ ସିବିଆଇର ଏକ ଦଶ ଜଣିଆ ଟିମ୍ ଆଜି ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଡିଆରଏସ୍ ରିଙ୍କେସ ରାୟ ଏହି ସୂଚନା ଦେଇଛନ୍ତି ।

cbi
ସୂଚନା ଅନୁସାରେ, ଦୁଇ ଜଣ ଲୋକ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଉଭୟଙ୍କ ଚିକିତ୍ସା ଜାରି ରହିଛି । ସେହିପରି ପ୍ରାୟ ୧୧୦୦ ଜଣ ଯାତ୍ରୀ ଚିକିତ୍ସାଧିନ ଥିବା ବେଳେ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନାଥାଉ ଯେ, ଭାରତୀୟ ରେଲୱେ ପକ୍ଷରୁ ମୃତ ଦେହ ଖୋଜିବା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
ନମ୍ବର ହେଉଛି-୮୪୫୫୮୮୫୯୯୯ ଏବଂ ୦୬୭୪-୨୫୩୪୦୨୭ । ଏହି ନମ୍ବରରେ କଲ୍ କରି ସମସ୍ତ ସୂଚନା ସଂଗ୍ରହ କରିପାରିବେ ଲୋକେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+