ବାହାନଗା ଟ୍ରେନ୍ ଟ୍ରାଜେଡି: ଷ୍ଟେସନ ମାଷ୍ଟରଙ୍କୁ CBI ସମନ !
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି, ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବା ପାଇଁ ସମନ ହୋଇଥିବା ନେଇ ସୂଚନା ରହିଛି । ଏହି ମାମଲାରେ ପୂର୍ବରୁ ୩ ଜଣ ରେଳ କର୍ମଚାରୀ ଗିରଫ ହୋଇଛନ୍ତି ।
ଦୀର୍ଘଦିନର ତଦନ୍ତ ପରେ ଗତକାଲି ୩ ଜଣ ରେଳ କର୍ମଚାରୀ ତଥା ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଗ ଅମୀର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନ ପାଇଁ ରିମାଣ୍ତରେ ନିଆଯାଇ ଜେରା କରାଯାଉଛି । ତେବେ ଏହି ଭୟଙ୍କର ରେଳ ଦୁର୍ଘଟଣା ପଛରେ କିଛି ଷଡଯନ୍ତ୍ର ରହିଛି ନା ରେଳ କର୍ମଚାରୀଙ୍କ ଅବହେଳା ତାହା ଜାଣିବା ପାଇଁ ସିବିଆଇ ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନାଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍ ।
ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।












Click it and Unblock the Notifications