ବାହାନଗା ଟ୍ରେନ୍ ଟ୍ରାଜେଡି:୩ ଗିରଫ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି, ୩ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ନେଇ ସୂଚନା ରହିଛି ।

ଆଇପିସି ଧାରା ୩୦୪ ଏବଂ ୨୦୧ରେ ଗରିଫ କରାଯାଇଛି । ଜାଣିକି ଟ୍ରେନକୁ ଦୁର୍ଘଟଣା ମୁହଁକୁ ଠେଲିଥିବା ଏବଂ ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି ।
Balasore train accident | CBI has arrested 3 people, senior Section engineer Arun Kumar Mohanta, section engineer Mohammad Amir Khan & technician Pappu Kumar, under sections 304 and 201 CrPC pic.twitter.com/EkXTYFHncd
— ANI (@ANI) July 7, 2023
ସୂଚନାଯୋଗ୍ୟ, ଜୁନ ୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେକ ଏବେ ବି ଚିକିତ୍ସାଧୀନ ଅଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହୋଇଥିଲେ ।












Click it and Unblock the Notifications