ଟ୍ରକକୁ ଧକ୍କା ଦେଲେ ବାଇକ୍ ଆରୋହୀ: ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ

ରଙ୍ଗ ରୁଟ୍‌ରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲେ ବାଇକ୍ ଆରୋହୀ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମୃତକ ଦ୍ୱୟ ହେଲେ ପଥରାଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର।ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ସୌରଭ ମିଶ୍ର ନାବାଳକ ବୋଲି ଜଣାଯାଇଛି।

odisha train accident

ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଏକ ବାଇକ ଯୋଗେ ଚରମ୍ପାରୁ ବନ୍ତ ଅଭିମୁଖେ ଆସୁଥିଲେ। ଏହି ସମୟରେ ବନ୍ତ ଛକରେ ନିକଟରେ ରାସ୍ତାକଡ଼ରେ ଏକ ଟ୍ରକ୍ ଠିଆ ହୋଇଥିଲା। ବାଇକଟି ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା। ପରେ ୩ ଜଣ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରଙ୍ଗ ରୁଟ୍‌ରେ ଆସି ବାଇକ ଆରୋହୀମାନେ ଟ୍ରକକୁ ଧକ୍କା ଦେଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+