ମାଟିରେ ମିଶିବ ତ୍ରାହି ଅଚ୍ୟୁତ ଆଶ୍ରମ: ବେଆଇନ୍ ଭାବେ ନିର୍ମିତ ୯ଟି ପ୍ଲଟ ହେଉଛି ଉଚ୍ଛେଦ
ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ଥିବା କିଛି ଘର ଭାଙ୍ଗୁଛି ବିଡିଏ । ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ଅଧିନ ତ୍ରାହି ଅଚ୍ୟୁତ ନଗର ମୌଜାରେ ଥିବା ୯ଟି ପ୍ଲଟ ଉଚ୍ଛେଦ ହେଉଛି ।
ଭୁବନେଶ୍ୱର: ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ଥିବା କିଛି ଘର ଭାଙ୍ଗୁଛି ବିଡିଏ। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ଅଧିନ ତ୍ରାହି ଅଚ୍ୟୁତ ନଗର ମୌଜାରେ ଥିବା ୯ଟି ପ୍ଲଟ ଉଚ୍ଛେଦ ହେଉଛି। ବେଆଇନ୍ ଭାବେ ନିର୍ମିତ ଘର ଗୁଡିକ ଭଙ୍ଗା ଚାଲିଛି ।

ଏହି ଡୁପଲେକ୍ସ ଗୁଡ଼ିକ ବେଆଇନ ଭାବେ ବିନା ଅନୁମତିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ମାମଲା ପରେ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁରବାବା ଏହାକୁ ନିର୍ମାଣ କରିଥିଲେ ।
ବିଭିନ୍ନ ବିବାଦରେ ଛନ୍ଦି ହୋଇ ୨୦୧୫ରେ ସୁରବାବା ଗିରଫ ହୋଇଥିଲେ । ସେହି ସମୟରେ ଏହି ଘଟଣା ବେଶ୍ ଚର୍ଚ୍ଚା ହେବା ସହ ବିବାଦରେ ରହିଥିଲା । ଏହି ଘଟଣାରେ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚି ମଧ୍ୟ ଗିରଫ ହୋଇଥିଲେ । ୨୦୨୦ ମସିହାରେ ଶାରୀରିକ ଅସୁସ୍ଥତା ଯୋଗୁ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ ହୋଇଛି ।












Click it and Unblock the Notifications