ଆସନ୍ତାକାଲି ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ: ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ସାଧୁସନ୍ଥ

ଆସନ୍ତାକାଲି ଧୁମଧାମରେ ପାଳିତ ହେବ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ ।

ଭୁବନେଶ୍ୱର: ଆସନ୍ତାକାଲି ଧୁମଧାମରେ ପାଳିତ ହେବ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ । ଆଜି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁ ସନ୍ଥ ।

Dhauli

ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ଯନ୍ତ ଯାଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତିସ୍ତୁପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି।

Odisha

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଜାପାନର ବୌଦ୍ଧ ସନ୍ନ୍ୟାସୀ ଟେରା ସାୱା ଧଉଳିର ସୁବର୍ଣ୍ଣ ଜୟନ୍ତୀ ପାଳନରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି । ଏହି ଅବସରରେ ତାଙ୍କୁ ଭେଟିଛନ୍ତି ପ୍ରତିନିଧି ସୌମ୍ୟଜିତ ସିହ୍ନା । ବୌଦ୍ଧ ସନ୍ନ୍ୟାସିଙ୍କ କହିବା କଥା ହେଲା, ୫୦ ବର୍ଷ ତଳେ ସେ ଆସି ଏଠାରେ ଶାନ୍ତିସ୍ତୁପ ସ୍ଥାପନ କରିଥିଲେ ।

ଦୟାନଦୀ ତଟ ଧଉଳି ପାହାଡ ନିକଟରେ ଅନୁଷ୍ଠିତ କଳିଙ୍ଗ ଯୁଦ୍ଧ ସମ୍ରାଟ ଅଶୋକଙ୍କୁ ଶାନ୍ତି, ପ୍ରୀତି, ସଦଭାବନାର ଶିକ୍ଷା ଦେଇଥିଲା। ଏହାପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହାକୁ ଚିର ସ୍ମରଣୀୟ କରିବାକୁ ଜାପାନ ବୁଦ୍ଧ ସଂଘ ଦ୍ବାରା ୧୯୭୨ରେ ଧଉଳି ଶାନ୍ତିସ୍ତୁପର ନିର୍ମାଣ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+