Get Updates
Get notified of breaking news, exclusive insights, and must-see stories!

ପରିବା ଦର ବୃଦ୍ଧି ବିରୋଧରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ଓ ଭେଣ୍ଡି ମାଡ଼

ଭୁବନେଶ୍ୱର: ପରିବା ଦର ବୃଦ୍ଧି ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମିତିକି ଛାତ୍ର କଂଗ୍ରେସର ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କ ଘରକୁ ଟମାଟୋ ଓ ଭେଣ୍ଡି ଇତ୍ୟାଦି ମାଡ଼ କରିଥିଲେ ।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି କି ରାଜ୍ୟ ସରକାର ବଜାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କିଛି କରିନାହଁନ୍ତି । ଚାଷୀଙ୍କ ମାଗଣାରେ ବିହନ ଯୋଗାଇବାରେ ରାଜ୍ୟ ସରକାର ବିଫଳ । ଚାଷୀ ଋଣଯନ୍ତାରେ ପଡି ହନ୍ତସନ୍ତ ହେଉଥିବା ବେଳେ ସରକାର ସେମାନଙ୍କ ଋଣ ଛାଡ କଲେ ନାହିଁ ।

Vegetable Price Hike

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପନିପରିବା ଦରଦାମ ଏତେ ବଢ଼ି ଗଲାଣି, ତଥାପି ମନ୍ତ୍ରୀଙ୍କ ମୁହଁରୁ ପଦୁଟିଏ ବାହାରୁ ନାହିଁ। ଲୋକେ ହନ୍ତସନ୍ତ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଦାୟୀ। ସେମାନଙ୍କ ଭୁଲ ନୀତି ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟରେ ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ଖୋଲାଯାଉ। ଯେଉଁ ଶୀତଳ ଭଣ୍ଡାର ଗୁଡ଼ିକ ବନ୍ଦ ହୋଇ ପଡ଼ିଛି, ସେଗୁଡ଼ିକୁ ଖୋଲାଯାଉ। ଆମ ରାଜ୍ୟ କୃଷି ପ୍ରଧାନ ରାଜ୍ୟ । କିନ୍ତୁ ଏଠାରେ ୧୩ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ। ଚାଷୀମାନେ ନିଜ ଉତ୍ପାଦକୁ ସଂରକ୍ଷଣ କରି ରଖିପାରୁ ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+