Get Updates
Get notified of breaking news, exclusive insights, and must-see stories!

ଆହୁରି ଗୋଟାଏ ସପ୍ତାହେ ଥରିବ ସାରା ଓଡ଼ିଶା, ସତର୍କ ସୂଚନା ଜାରି କଲା ପାଣି ପାଗ ବିଭାଗ

ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହାଡ଼ଭଙ୍ଗା ଶୀତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର ।

week

ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ଜାତୀୟ ରାଜପଥରେ କୁହୁଡିର ପ୍ରଭାବ, ଜନଜୀବନ ଅସ୍ତବ୍ୟସ୍ତ । ଝାରସୁଗୁଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳ ୫ଟା ୩୦ ସୁଦ୍ଧା ଏଠାରେ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ କରାଯାଇଛି ।

ଶୀତରେ ଥରୁଛି ଲକ୍ଷ୍ମୀପୁର, ଅସହ୍ୟ ହୋଇଯାଇଛି ଥଣ୍ଡା । ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହଉଥିବା ବେଳେ ରାତି ତମାମ ଖଳାରେ ଶୀତ କାକରରେ ଯଗିକି ରହୁଛନ୍ତି । ଶୁକ୍ରବାର ପାହାନ୍ତିଆରେ ଲକ୍ଷ୍ମୀପୁର ଅଞ୍ଚଳରେ ତାପମାତ୍ରା ୫ ରୁ ୬ ଡିଗ୍ରୀ ମଧ୍ୟରେ ରହିଥିଲା । ପ୍ରବଳ ଥଣ୍ଡା ସତ୍ୱେ ଚାଷୀ ରାତି ତମାମ ଧାନ ଖଳାରେ ଜଗି କି ରହିଥିଲା, ସକାଳର ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାର ବର୍ଷ କର କଷ୍ଟକୁ ଅମଳ କରି ଘରକୁ ନେବା ସକାଶେ... ପ୍ରବଳ ଜାଡ ଯୋଗୁଁ ନିଆଁ ପୋଇଁ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି. । ଏତେ ଥଣ୍ଡା ସତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃହ ଭ୍ରମଣରେ ମଧ୍ୟ ଯାଉଛନ୍ତି.... ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାର ପାତ.... ପାଳ ଗଦାରେ ସ୍ନୋ ଫଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ଯୋଗୁଁ ପନି ପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛି... ଶୀତ ଯୋଗୁଁ ବଜାର ସନ୍ଧ୍ୟା ୮ ଟା ପୂର୍ବରୁ ଶୂନଶାନ ହୋଇଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+