ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା। ଏନେଇ ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ଭୁବନେଶ୍ବର: ଓଡିଶାବାସୀଙ୍କୁ ଦୀପାବଳୀ ଭେଟି ଦେଲେ ରାଜ୍ୟସରକାର। ରାଜ୍ୟରୁ ହଟିଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା । ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଫଳରେ ରାଜ୍ୟରେ 57 ହଜାର ସରକାରୀ ଠିକା କର୍ମଚାରୀ ନିୟମିତ ହେବେ ।

ଏହି ଘୋଷଣା ପରେ ଚୁକ୍ତିଭିତ୍ତିକ କର୍ମଚାରୀ ଏକାଠି ହୋଇ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଖୁସି ମନାଇଛନ୍ତି । ଚୁକ୍ତିଭିତ୍ତିକ କର୍ମଚାରୀ ନେତାଙ୍କ କହିବା ଅନୁସାରେ, ଏହାଦ୍ବାରା କର୍ମଚାରୀ, ଶିକ୍ଷକ, ଜୁନିୟର ଶିକ୍ଷକ ଆଦି ଉପକୃତ ହେବେ । ଗତ 13 ତାରିଖରେ ମୁଖ୍ୟମନ୍ତ୍ରୀ ନିଜେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ସହ ଆଲୋଚନା କରି ଏହି ବ୍ୟବସ୍ଥା ଉଚ୍ଛେଦ ନିମନ୍ତେ ପ୍ରତିଶୃତି ଦେଇଥିଲେ ।












Click it and Unblock the Notifications