Get Updates
Get notified of breaking news, exclusive insights, and must-see stories!

ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ; ଏମବିବିଏସ ପାଇଁ ଉପଲବ୍ଧ ବହିର ହେବ ଓଡ଼ିଆ ଅନୁବାଦ

ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯିବ । କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ଭିତରେ ଏହି କମିଟି, ବିଭାଗକୁ ଆବଶ୍ୟକ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ଏକ ସ୍ୱଥନ୍ତ୍ର ୨୨ ଜଣିଆ କମିଟି ଗଠନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିର ନିଷ୍ପତ୍ତି ଅନୁସାରେ ଡାକ୍ତରୀ ପାଠକୁ ଅନୁବାଦ କରାଯିବ । ଅନୁବାଦ ପାଇଁ କେତେ ଅର୍ଥ ଆବଶ୍ୟକ, କେବେ ସୁଦ୍ଧା ଅନୁବାଦ ଶେଷ ହେବ ଏବଂ କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେ ନେଇ ସମ୍ପୃକ୍ତ କମିଟି ସରକାରଙ୍କୁ ରିପୋର୍ଟ ଦେବେ ।

medical education

ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟାଙ୍କ ସମେତ ଏହି କମିଟିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମଧ୍ୟ ସଦସ୍ୟ ଅଛନ୍ତି । ଅନ୍ୟ ୨୦ ଜଣ ସଦସ୍ୟ ରାଜ୍ୟର ବିଭିନ୍ନ କ୍ଷେତ୍ରୟର ପ୍ରତିଷ୍ଠିତ ଡାକ୍ତରୀ ପ୍ରଫେସନାଲ୍‍ ରହିଛନ୍ତି ।

ନୂଆ ଶିକ୍ଷା ନୀତି ଅନୁସାରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରାଯାଇ ଭାଷା ଭିତ୍ତିରେ ବୈଷୟିକ ଶିକ୍ଷା ପାଇଁ ରାସ୍ତା ଖୋଲିଛି । ଏବେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‍ ପ୍ରବେଶିକା ପରୀକ୍ଷା ମଧ୍ୟ ବିଭିନ୍ନ ପ୍ରଦେଶିକ ଭାଷାରେ ଅନୁଷ୍ଠିତ ହେଉଛି ।

ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଂଜନ ସାହୁ । କେତେ ପରିମାଣର ମହି ଅନୁବାଦ ହେବ ଓ ଧାର୍ୟ୍ୟ ସମୟରେ କିଭଳି କାର୍ୟ୍ୟ ସରିବ ଏହି କମିଟି ତାହାର ଅନୁଧ୍ୟାନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+