ଓଡିଶାରୁ ମହାକୁମ୍ଭ: କେମିତି କରିବେ ବସ ଟିକେଟ ?
ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ଥିଲା ପ୍ରଥମ ସ୍ନାନ । ପ୍ରଥମ ଦିନରେ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ପ୍ରଥମ ଦିନରେ ପ୍ରାୟ ୧ କୋଟି ଲୋକ ସ୍ନାନ କରିଛନ୍ତି । ତେବେ ପ୍ରଥମ ସାହୀ ସ୍ନାନ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ହେବ ।
କେମିତି କରିବେ ବସ ଟିକେଟ ?
ପବିତ୍ର ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁଙ୍କ ସହଜ ଯାତାୟାତ ପାଇଁ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ୧୩ ଜାନୁଆରୀ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଓଡ଼ିଶାରୁ ଅଯୋଧ୍ୟା ଯାତ୍ରା କରିପାରିବେ। ଓଏସ୍ଆରଟିସି ୱେବସାଇଟ୍, ମୋବାଇଲ୍ ଆପ୍ କିମ୍ବା ନିକଟସ୍ଥ ଟିକେଟ୍ କାଉଁଣ୍ଟରରୁ ଟିକେଟ୍ ବୁକ୍ କରିପାରିବେ ।
୧୨ବର୍ଷ ପରେ ଆୟୋଜିତ ହୋଇଥିବା ଏହି ମେଳାକୁ ପ୍ରାୟ ୪୦କୋଟି ଲୋକ ଆସିବେ ବୋଲି ଆକଳନ କରାଯାଉଛି, ଯାହା ଆମେରିକା ଓ ରୁଷର ଜନସଂଖ୍ୟାଠାରୁ ଅଧିକ। ସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ୪ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏହି ୪୫ଦିନିଆ ମେଗା କାର୍ଯ୍ୟକ୍ରମ ପାଇଁ ୭୦୦୦କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।

ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ । ବିଶ୍ୱାସ ରହିଛି ଯେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ।












Click it and Unblock the Notifications