ଆସନ୍ତାକାଲିଠୁ ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫
ଆସନ୍ତାକାଲିଠୁ ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ୨ ଦିନିଆ କନକ୍ଲେଭକୁ ଉଦଘାଟନ କରିବେ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ ଓଡିଶା ୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଥିବାବେଳେ ସାମିଲ ହେବେ ବଡ଼ ବଡ଼ ଶିଳ୍ପପତି । ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଲାଗି ପଦକ୍ଷେପ ନେଉଛି କମିଶନରେଟ ପୋଲିସ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ବ୍ଲୁ ବୁକ ଅନୁସାରେ ସୁରକ୍ଷା ।

୭ ହଜାରରୁ ଊର୍ଦ୍ଧ୍ବ ଶିଳ୍ପପତି ପଞ୍ଜିକରଣ
ମେକ ଇନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ପାଇଁ ୱେବସାଇଟ ଜରିଆରେ ପାଖାପାଖି ୭୫୦୦ ଜଣ ଶିଳ୍ପ ପ୍ରତିନିଧି ନାଁ ପଞ୍ଜିକରଣ କରିଛନ୍ତି । ଏହି ଶିଳ୍ପ ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି ଏସ୍ ଏଲ ମିତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି ।
ପୂର୍ବାହ୍ନ ୧୧ ଟାରେ ଉଦଘାଟନ
ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ ଟି ରାଷ୍ଟ୍ର 'କଣ୍ଟ୍ରି ଅଫ ଫୋକସ' ରହିବାକୁ ନିମନ୍ତ୍ରଣ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର ୨ ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ ୧୫ ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ ୫ଟି ଓ ଦ୍ଵିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ ୨୭-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରି ସେସନ, ୧୬ଟି ସେକ୍ଟରାଲ ସେସନ ଓ ୪ଟି ଗୋଲଟେବୁଲ ବୈଠକ ରହିଛି ।
୬୦ ପ୍ଲାଟୁନ ପୋଲିସ ଫୋର୍ସ
୪ଶହ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷାର ତଦାରଖ କରିବେ । କନକ୍ଲେଭରେ ଦେଶ ବିଦେଶର ଜଣାଶୁଣା ଇଣ୍ଡଷ୍ଟ୍ରି ଟାଇକୁନ ଯୋଗ ଦେବେ । ତେଣୁ ଅତିଥି ରହିବାକୁ ଥିବା ହୋଟେଲ ଗୁଡିକରେ ବି ରହିଛି କଡ଼ା ସୁରକ୍ଷା ବ୍ୟବସ୍ଥା । ମୋଦିଙ୍କ ଗସ୍ତ ପୂର୍ବରୁ ହୋଇଛି କାରକେଡ ରିହରସଲ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମୈଦାନରେ କନକ୍ଲେଭ ପ୍ରସ୍ତୁତିର ତଦାରଖ କରିଛନ୍ତି । ଦୁଇଦିନିଆ କନକ୍ଲେଭରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ପାଇଁ ହେବ ଆଲୋଚନା ।
୨ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ
ଗତ ସାତ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ୧୫୯ଟି ଶିଳ୍ପ ସଂସ୍ଥାକୁ ଅନୁମୋଦନ ମିଳିଛି ।
ଏହା ମାଧ୍ୟମରେ ୨ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ।
କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ ୧୦:୩୫ ମିନିଟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ୧୦:୪୦ ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ୧୦:୫୫ ରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିବେ । ପୂର୍ବାହ୍ନ ୧୧ ଟାରେ ଉତ୍କର୍ଷ ଓଡ଼ିଶା - ମେକ ଇନ ଓଡିଶା କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସାଢ଼େ ୧୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୧୨:୩୫ ରେ ଜନତା ମଇଦାନରୁ ବାହାରି ୧୨:୫୫ରେ ଡେହେରାଡୁନ ଫେରିଯିବେ ।












Click it and Unblock the Notifications