ଭୁବନେଶ୍ୱରରେ G-20 ସମ୍ମିଳନୀ: ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର:ଭୁବନେଶ୍ୱରରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପର ତୃତୀୟ ବୈଠକ । ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । CSIR,IMMT ପରିସରରେ ୨୮ ତାରିଖ ଯାଏଁ ଚାଲିବ ସମ୍ମିଳନୀ । ୨୦ଟି ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ଉତ୍ପାଦ ପ୍ରଦର୍ଶନ କରିବେ । ସେହିପରି ଦକ୍ଷତା ବିକାଶ କ୍ଷେତ୍ରର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ।
ଭୁବନେଶ୍ୱରରେ ଆରମ୍ଭ ହେଲା G-20 ସମ୍ମିଳନୀ । ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି'ଭବିଷ୍ୟତ କାର୍ଯ୍ୟାଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା' । ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ୍ ଲର୍ଣ୍ଣି ଇତ୍ୟାଦି ଉପରେ ଆଲୋଚନା କରାଯିବ । ଏହି ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ପାଇଁ ବ୍ୟକ୍ତିବିଶେଷ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେବେ । ଆସନ୍ତା ୨୮ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଯାରି ରହିବ
।

G20 ସମ୍ନିଳନୀ ପାଇଁ ରଜଧାନୀରେ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ପ୍ରୋଟୋକଲ ଅନୁସାରେ ସୁରକ୍ଷା ଯୋଗାଇ ଦିଆଯିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ହୋଟେଲରେ ପହଁଞ୍ଚିବା ଯାଏ ସୁରକ୍ଷା ଯୋଗାଇ ଦିଆଯିବ । ହୋଟେଲ୍ ବାହାରେ ପୋଲିସ ସିକ୍ୟୁରିଟି କଲର୍ ଅନୁସରାରେ ମାର୍କି କରାଯାଇ ଫୋର୍ସ ମୁତୟନ କରାଯିବ ।
ବିଦେଶୀ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ଅଫିସର ମୁତୟନ କରାଯାଇଛି । ୨ଜଣ ଡିସିପି ରାଙ୍କର ଅଫିସର, ୫ ଜଣ ଅତିରିକ୍ତ ଡିସିପି
ରାଙ୍କର ଅଫିସର, ୧୧ ଜଣ ଏସିପି, ୨୫ ଜଣ ଇନ୍ସପେକ୍ଟର, ୧୨୫ ଜଣ ଏସଆଇଙ୍କ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ନେଇ ସୂଚନା ରହିଛି । ସେହିପରି ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ମୁତୟନ ରହିବେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications