ପୁଣି ବର୍ଷାରେ ଭିଜିବ ଓଡ଼ିଶା, ଏଥର ଶୀଘ୍ର ଆସୁଛି ମୌସୁମୀ
କାଳବୈଶାଖୀ ପରେ ମୌସୁମୀ। ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ଏବେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ପ୍ରଭାବ। ଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ଅନେକ କ୍ଷୟକ୍ଷତି କରୁଛି।

ପାଣିପାଗ ବିଭାଗ ଆକଳନ କରିଛି ୯ ତାରିଖ ବେଳକୁ ଖରାର ପ୍ରକୋପ ବଢ଼ିବ। ଆଉ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ହେଲେ ଏବେ ସୂଚନା ଆସିଛି କି ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ।
ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ। ଭାରତ ଉପମହାଦ୍ୱୀପରେ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ସପ୍ତାହରେ ମୌସୁମୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ। ଦକ୍ଷିଣ-ପୂର୍ବ ବଙ୍ଗ ଉପକୂଳ ଛୁଇଁବ ମୌସୁମୀ। ପ୍ରଭାବରେ ମେ' ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।












Click it and Unblock the Notifications