ଆଗୁଆ ମିଳିବ ବନ୍ୟା, ବାତ୍ୟା ନେଇ ପ୍ରାକ୍ ସୂଚନା; ରାଜ୍ୟରେ ବସିବ ୩ଟି ନୂଆ ଡପଲର ରାଡାର

ଆଗୁଆ ମିଳିବ ପାଣିପାଗ ସୂଚନା । ବନ୍ୟା, ବାତ୍ୟା ନେଇ ପ୍ରାକ୍ ସୂଚନା ସହଜରେ ମିଳିପାରିବ । ରାଜ୍ୟରେ ବସିବ ୩ଟି ନୂଆ ଡପଲର ରାଡାର । ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ଵରରେ ନୂଆ ଡଫଲର ରାଡାର ବସିବ । ୨୦୨୬ ପହିଲା ସୁଦ୍ଧା ୧୨୬ଟି ଡଫଲର ରାଡାର୍ ଲାଗିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ। ଭୁବନେଶ୍ବର, ବାଲେଶ୍ବର ଏବଂ ସମ୍ବଲପୁରରେ ଖୁବଶୀଘ୍ର ଡପଲର ରାଡାର ଲାଗିବ। ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହୋଇପାରିବ।

Enhanced Weather Forecast

ଭୁବନେଶ୍ୱରରେ ସ୍ଵତନ୍ତ୍ର ରାଡାର ଲାଗିବା ଦ୍ବାରା କୃତ୍ରିମ ବା ସହରୀ ବନ୍ୟା ନେଇ ଦେବ ସଠିକ୍ ତଥ୍ୟ । ଏହାସହ ଏୟାର୍ କ୍ୱାଲିଟି ତଥ୍ୟ ମଧ୍ୟ ମିଳିବ । ସମ୍ୱଲପୁର ଯୋଗୀପାଲିରେ ଡପଲର ରାଡାର ପାଇଁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶୁଭ ଦେଇଛିନ୍ତି। ଏହାଦ୍ୱାରା ପଶ୍ଚିମ ଓଡ଼ିଶାରେ ପାଣିପାଗ ନେଇ ସଠିକ୍ ସୂଚନା ମିଳିବ । ତେବେ ଏହା ଦ୍ବାରା ବନ୍ୟା, ବାତ୍ୟା ଏବଂ ବିଜୁଳି ନେଇ ଆଲର୍ଟ ହୋଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+