ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ପାଇଁ 5ଟି ନୂଆ ବେଳାଭୂମି ବିକାଶ କରିବେ ରାଜ୍ୟ ସରକାର
ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ପାଇଁ ରାଜ୍ୟ ସରକାର 5ଟି ନୂଆ ବେଳାଭୂମି ବିକାଶ କରିବେ । ଏଥି ସହିତ ବ୍ଲୁ ଫ୍ଲାଗ ସାର୍ଟିଫିରକେଟ ନିଜ ପାଖରେ ବଜାୟ ରଖିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଚେଷ୍ଟା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ
ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ପାଇଁ ରାଜ୍ୟ ସରକାର 5ଟି ନୂଆ ବେଳାଭୂମି ବିକାଶ କରିବେ । ଏଥି ସହିତ ବ୍ଲୁ ଫ୍ଲାଗ ସାର୍ଟିଫିକେଟ ନିଜ ପାଖରେ ବଜାୟ ରଖିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଚେଷ୍ଟା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଲ୍ଲେଖଥାଉ କି ପୁରୀରେ ଗୋଲ୍ଡେନ ବିଚ୍ ଏହି ବ୍ଲୁ ଫ୍ଲାଗ ସାର୍ଟିଫିକେଟ ପାଇ ସାରିଛି ।

ବ୍ଲୁ ଫ୍ଲାଗ ସାର୍ଟିଫିକେଟକୁ ବଜାୟ ରଖିବା ପାଇଁ ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଅଗ୍ରଗତି ପାଇଁ ରାଜ୍ୟ ସରକାର ନୂଆ 5ଟି ବେଳାଭୂମିର ବିକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ରବିବାର ବିବୃତ୍ତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ପଟି, ସୋନାପୁର, ହରିପୁର ଏବଂ ପୁରୀ ଜିଲ୍ଲାର ନିଳାଦ୍ରି ମୁହାଣ ଓ ଜାହାନିଆ ବେଳାଭୂମିର ବିକାଶ କରିବାକୁ ସରକାର ଯୋଜନା ବାନ୍ଧିଛନ୍ତି । ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହି ପାଞ୍ଚଟି ବେଳାଭୂମିର ପୁନଃ ନିର୍ମାଣ କରିବେ ବୋଲି ସୂଚନା ମିଳିଛି ।
ତେବେ ନିଳାଦ୍ରି ବେଳାଭୂମିରେ କାମ ଶେଷ ହେବାକୁ ଥିବାବେଳେ ଅନ୍ୟ ଚାରି ବେଳାଭୂମିର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କୁହଯାଇଛି । ଏହି ପାଞ୍ଚଟି ପ୍ରକଳ୍ପ ପାଇଁ ପ୍ରତ୍ୟେକ ବେଳାଭୂମି ପାଇଁ 1.5 କୋଟି ଟଙ୍କା ପ୍ରଦାନ କରାଯାଇଛି । ବେଳାଭୂମିରେ ଦିଆଯାଉଥିବା ସୁବିଧା ମଧ୍ୟରେ ଶୌଚାଳୟ, ବସିବା ବ୍ୟବସ୍ଥା, ସୌର ଆଲୋକ ବ୍ୟବସ୍ଥା ଏବଂ ୱାଚ୍ ଟାୱାର ଅଛି । ତେବେ ବେଳାଭୂମି ନିକଟବର୍ତ୍ତି ଅଞ୍ଚଳରେ ସ୍ଥାୟୀ କୋଠା ନିର୍ମାଣ ହେବ ନାହିଁ।












Click it and Unblock the Notifications