ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା
Tiger Count: ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା । ଦୁଇଟି ପର୍ଯ୍ୟାୟରେ ବାଘ ଗଣନା ହେବା ନେଇ ସୂଚନା ରହିଛି । ଟ୍ରାଞ୍ଜାକ୍ଟ ଆନାଲିସିସ୍ ଏବଂ କ୍ୟାମେରା ଟ୍ରାପ ମଧ୍ୟମରେ ବାଘ ଗଣନା କରାଯିବା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ବନ ବିଭାଗର ବରିଷ୍ଠ ଅଧିକରୀଙ୍କ ସୂଚନା ଅନୁସାରେ, ଟ୍ରାଞ୍ଜାକ୍ଟ ଆନାଲିସିସରେ ବାଘର ପାଦ ଚିହ୍ନ, ସ୍କ୍ରାଚ୍ ମାର୍କ ଆଦି ଆଧାରରେ କରାଯିବ ବାଘ ଗଣନା । ସେହିପରି ସିସିଟିଭି କ୍ୟାମେରା ଲଗାଯିବ ଫଳରେ ବାଘର ଚଳପ୍ରଚଳକୁ ରେକର୍ଡ କରାଯାଇ ପାରିବ । ପ୍ରାୟ ଦେଢ ମାସ ଧରି ବାଘ ଗଣନା କରାଯିବ । ସେହିପରି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ମେ'ରୁ ରାଜ୍ୟରେ ଆରମ୍ଭ ହେବ ହାତୀ ଗଣନା । ଏନେଇ ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

NTCA ରିପୋର୍ଟ ଅନୁସାରେ, ରାଜ୍ୟରେ ବାଘ ସଂଖ୍ୟା କମିବାରେ ଲାଗିଛି ଏପରିକି ଓଡ଼ିଶା ବାଘ ପାଇଁ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । ୨୦୦୬ରେ ରାଜ୍ୟରେ ବାଘ ସଂଖ୍ୟା ୪୫ ଥିଲା, ୨୦୧୦ରେ ୩୨, ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ବାଘ ସଂଖ୍ୟା ।












Click it and Unblock the Notifications