ଓଡ଼ିଶା ହେବ ଫାର୍ମା ହବ୍‌, ସୃଷ୍ଟି ହେବ ଅଢ଼େଇ ଲକ୍ଷ ନିଯୁକ୍ତି

ଓଡ଼ିଶା ହେବ ଫାର୍ମା ହବ୍‌। ରାଜ୍ୟରେ ପ୍ରତିଷ୍ଠା ହେବ ବିଭିନ୍ନ ଔଷଧ କମ୍ପାନୀ। ଏଥିପାଇଁ ଏକ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିରେ ଦେଶ ବିଦେଶର ପ୍ରମୁଖ ଔଷଧ କମ୍ପାନୀ ସାମିଲ ହେବେ। ସେମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗ୍ରହ ଦେଖାଇବେ। ଯାହାଫଳରେ ଅଢ଼େଇ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସଳ ପାଳନ ଅବସରରେ ସୂଚନା ଦେଇଛନ୍ତି।

Odisha to become pharma hub 2 5 lakh jobs to be created

ଏହି ଉଦ୍ୟୋଗ ରାଜ୍ୟରେ ଔଷଧ ଉତ୍ପାଦନ ଓ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ବଡ଼ ବଡ଼ ଫାର୍ମା ସଂସ୍ଥାଙ୍କୁ ଆକୃଷ୍ଟ କରି ଆଗାମୀ ବର୍ଷମାନଙ୍କରେ ୨.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। କନକ୍ଲେଭ ଫାର୍ମା ଏକ୍ସିକ୍ୟୁଟିଭ, ନୀତି ନିର୍ମାତା ଓ ନିବେଶକଙ୍କୁ ଏକତ୍ରିତ କରି ନେଟୱାର୍କିଂ ଓ ନିବେଶ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।

ସ୍ବାସ୍ଥ୍ୟ ସେବାରେ ବଡ଼ ପଦକ୍ଷେପ: ମୁଖ୍ୟମନ୍ତ୍ରୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ଓଡ଼ିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଗତିକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ଏକୀକୃତ କରାଯାଇ ରାଜ୍ୟର ୮୨%ରୁ ଅଧିକ ଜନସଂଖ୍ୟାକୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଇଛି ।

ସେ ବ୍ରହ୍ମପୁର ମେଡିକାଲ କଲେଜକୁ AIIMS-ପ୍ଲସ ମାନକରେ ଉନ୍ନୀତ କରିବା ଓ ଓଡ଼ିଶାର ତିନୋଟି ବୃହତ ମେଡିକାଲ କଲେଜରେ ରୋଗୀ ସହାୟକଙ୍କ ପାଇଁ ୨,୨୫୦ ବଜେଟ ବେଡ ସୃଷ୍ଟି କରିବାର ଯୋଜନା ଘୋଷଣା କରିଛନ୍ତି । କଟକ SCB ମେଡିକାଲ କଲେଜ ଓ ବ୍ରହ୍ମପୁର MKCGକୁ ବିଶ୍ୱମାନର ସୁବିଧା ସହ ଉନ୍ନୀତ କରାଯାଉଛି।

ଫାର୍ମା ହବ ଉଦ୍ୟୋଗ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ସହ ସ୍ବାସ୍ଥ୍ୟ ସେବା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ବ୍ୟକ୍ତ କରିଛନ୍ତି ।

୭୯ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହ ମିଶି ସେ ପିଲାମାନଙ୍କୁ ମିଠା ବାଣ୍ଟିଥିଲେ। ଏକ ସମୟରେ ମୁଖ୍ୟମନ୍ତ୍ରୀ ମିଠା ପ୍ଲେଟ ଧରିଥିବା ବେଳେ ତାଙ୍କ ପତ୍ନୀ ମିଠା ବାଣ୍ଟୁଥିବା ଦୃଶ୍ୟ ଦେଖାଯାଇଥିଲା।
ଏହାପରେ ମୁଖ୍ୟମନ୍ତ୍ରୀ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ବୋଧନରେ ସେ କହିଛନ୍ତି, "ଅଣାଅଶୀତମ ସ୍ବାଧୀନତା ଦିବସରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୋର ଶୁଭେଚ୍ଛା। ସ୍ବାଧୀନତା ପରବର୍ତ୍ତୀ ଭାରତର ଗୌରବମୟ ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।"

ମୁଖ୍ୟମନ୍ତ୍ରୀ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଶାନ୍ତିପୂର୍ଣ ଓ ଅହିଂସା ଚରିତ୍ରକୁ ପ୍ରଶଂସା କରି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏକତ୍ରିତ ସଂଗ୍ରାମୀଙ୍କ ଏକମାତ୍ର ଉଦ୍ଦେଶ୍ୟ 'ବ୍ରିଟିଶ ଶାସନରୁ ମୁକ୍ତି' ବୋଲି ଉଲ୍ଲେଖ କରିଛନ୍ତି। ସେ ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର ସାବରକର, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବାବା ସାହେବ ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦ ଓ ଲକ୍ଷ ଲକ୍ଷ ନାମହୀନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+