ଆଜି ବି କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଗତ କିଛି ଦିନ ହେବ ନିଦ ହଜାଇଲାଣି ତାତି । ତାପମାତ୍ରା ବଢ଼ିବା ସାଙ୍ଗକୁ ଗୁଳୁଗୁଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅନେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି ।

rain

ତେବେ ଦିନରେ ଗୁଳୁଗୁଳି ସାଙ୍ଗକୁ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

ଆଜି ପାଇଁ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ଚିଟିଲାଗଡ଼, ବୌଦ୍ଧ ଏବଂ ସମ୍ବଲପୁରରେ ଦିନ ତାପମାତ୍ରା 43 ଡିଗ୍ରୀ ଉପରେ ଛୁଇଁପାରେ ।

ଗଞ୍ଜାମ ଏବଂ ଗଜପତି ମଧ୍ୟ ବାଦ୍ ପଡିବ ନାହିଁ । ସେହି ସ୍ଥାନରେ ମଧ୍ୟ ପ୍ରବଳ ଗୁଳୁଗୁଳି ହେବା ନେଇ କୁହାଯାଇଛି । ସେହିପରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମରେ ବର୍ଷା ହେବା ସହିତ 50 କିଲୋମିଟର ବେଗରେ ପବନ ଆସିବା ନେଇ ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+