For Quick Alerts
Turn On Notification  
For Daily Alerts
Oneindia App Download

ରେଳ ଧକ୍କାରେ ହାତୀ ମୃତ୍ୟୁ ଉପରେ ଲଗାମ ଲାଗିବ ! ଓଡିଶା ଆପଣାଇବ ଗୁଜୁରାଟ୍ ମଡେଲ୍

ରେଳ ଧାରଣାରେ ହାତୀଙ୍କ ମୃତ୍ୟୁ ରୋକିବା ପାଇଁ ଗୁଜୁରାଟ ମଡେଲ ଆପଣାଇବ ଓଡିଶା

|

ଭୁବନେଶ୍ୱର । ରେଳ ଧାରଣାରେ ହାତୀଙ୍କ ମୃତ୍ୟୁ ରୋକିବା ପାଇଁ ଗୁଜୁରାଟ ମଡେଲ ଆପଣାଇବ ଓଡିଶା । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗତ 10 ବର୍ଷ ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ଅତି କମରେ 28 ହାତୀଙ୍କର ମୃତ୍ୟୁ ଘଟିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଗୁଜରାଟର ଏକ ଏନଜିଓ ବନ୍ୟପ୍ରାଣୀ ଫାଉଣ୍ଡେସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ହାତୀ

ଜଙ୍ଗଲ, ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକ ଶଶି ପାଲ କହିଛନ୍ତି ଯେ ହାତୀଗୁଡ଼ିକୁ ବଞ୍ଚାଇବା ପାଇଁ ଏନଜିଓ ସଦସ୍ୟମାନେ ଏକ ଭିଡିଓ ଉପସ୍ଥାପନା କରିଥିଲେ । "ଏନଜିଓ ଦ୍ୱାରା ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଅନୁଯାୟୀ, ଟ୍ରାକରେ ହାତୀମାନଙ୍କ ଉପସ୍ଥିତି ଚିହ୍ନଟ ହେବା ମାତ୍ରେ ସାଇରନ୍ ସହିତ ଅପ୍ ଏବଂ ଡାଉନ୍ ଲାଇନକୁ ଏକ ସ୍ୱୟଂଚାଳିତ ସଙ୍କେତ ପଠାଯିବ । ଏହା ଟ୍ରେନର ଗତି ହ୍ରାସ କରିବାରେ ଲୋକୋ ଡ୍ରାଇଭରକୁ ସାହାଯ୍ୟ କରିବ ବୋଲି ପାଲ କହିଛନ୍ତି। ନୂତନ ମଡେଲର ରକ୍ଷଣାବେକ୍ଷଣ ଅତ୍ୟନ୍ତ ପ୍ରଭାବଶାଳୀ ହେବ ବୋଲି ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ପାଲ୍ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha To Adopt Gujarat Model To Save Elephants From Rail Tracks Said PCCF
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X