ଟ୍ରାଙ୍କୁଲାଇଜ୍ ହେଲା ‘ଜିନ୍ନତ’ ଅଣାଯିବ ଶିମିଳିପାଳ

ବାରିପଦା : ବହୁ ପ୍ରୟାସ ପରେ ମିଳିଲା ସଫଳତା। ଧରାପଡିଲା ବାଘୁଣୀ ଜିନ୍ନତ। ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ଧରିଲେ। ସ୍ଵତନ୍ତ୍ର ପିଞ୍ଜରାରେ ଅଣାଯିବ ଶିମିଳିପାଳ ବୋଲି ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗୀନେନୀ ସୂଚନା ଦେଇଛନ୍ତି। ବାଘୁଣୀ ଜୀନତଙ୍କୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା ପରେ ଶିମିଳିପାଳକୁ ପୁଣି ଅଣାଯିବ।

Odisha tigress darted in Bengal using tranquillising gun

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।

ଜୀନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇବା ପରେ ପ୍ରତିଦିନ ସ୍ଥାନ ବଦଳାଇଥିଲା। ଶେଷରେ ପୁରୁଲିଆ ଜଙ୍ଗଲରୁ ବାଙ୍କୁଡ଼ା ଯାଇଥିଲା। ବାଙ୍କୁଡ଼ାରେ ବନ ବିଭାଗର କର୍ମଚାରୀ ଓ ଶିମିଳିପାଳ ବ୍ରାଘ୍ୟ ପ୍ରକଳ୍ପର ଅଧିକାରୀ ପହଞ୍ଚି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଉଦ୍ୟମ କରିଥିଲେ।

ପଶ୍ଚିମବଙ୍ଗର ପୁରୁଲିଆରୁ ପ୍ରାୟ ୩୦ କିମି ପଳାଇଥିବା ବାଙ୍କୁଡା ଜିଲ୍ଲା ରାଣୀବନ୍ଧ ନିକଟ ଏକ ଗ୍ରାମୀଣ ଜଙ୍ଗଲରେ କାବୁ କରାଯିବାକୁ ଗତକାଲି ଅପରାହ୍ନରେ ବ୍ୟବସ୍ଥିତ ରହିଥିବାବେଳେ ଏହା ଫଲ୍ସ ହୋଇଥିଲା। ଫଳରେ ବାଙ୍କୁଡାର ରାଣୀବନ୍ଧ ଥାନା ଅନ୍ତର୍ଗତ ଗୋସାଇଁଡିହି ଗାଁ ନିକଟରେ ଏବେ ରହିଥିବା ଜଣାପଡିଥିଲା। ଏହାର ଚାରିପାର୍ଶ୍ବରେ ବନବିଭାଗ ନାଇଲନ ଜାଲ ବିଛା ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+