ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରରେ ଏକ ନବଦିଗନ୍ତ ପ୍ରଦାନ ନେଇ ଲୋକର୍ପଣ ହେଲା ତିନୋଟି ଅନଲାଇନ ପୋର୍ଟାଲ
ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରରେ ଏକ ନବଦିଗନ୍ତ ପ୍ରଦାନ କରିବା ନେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ବିଶ୍ୱର ଦୁଇଟି ଅଗ୍ରଣୀ ବୈଷୟିକ ସଂସ୍ଥା ସହିତ ଆଜି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି ।
ଭୁବନେଶ୍ୱର: ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରରେ ଏକ ନବଦିଗନ୍ତ ପ୍ରଦାନ କରିବା ନେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ବିଶ୍ୱର ଦୁଇଟି ଅଗ୍ରଣୀ ବୈଷୟିକ ସଂସ୍ଥା ସହିତ ଆଜି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏହି ଅବସରରେ ଦକ୍ଷତା ବିକାଶ ପଦକ୍ଷେ ପଗୁଡିକର ସେବା ବିତରଣରେ ଉନ୍ନତି ଆଣିବା ପାଇଁ ଓଏସଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ହେମନ୍ତ ଶର୍ମା ଡିଜିଟାଲ, ଦକ୍ଷତା ଓ ନିଯୁକ୍ତି ସୂଚନା ବ୍ୟବସ୍ଥା ଏବଂ ପିଆଇଏ ପେମେଣ୍ଟ ଅଟୋମେସନ ଭଳି ତିନୋଟି ଅନଲାଇନ ପାର୍ଟାଲକୁ ଲୋକାର୍ପଣ କରିଛନ୍ତି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ କହିଛନ୍ତି ଯେ ଅଟୋଡେସ୍କ ଏବଂ ମାଇକ୍ରୋସଫଫ ସହ ସହଭାଗିତା ହେବା ଦ୍ୱାରା ଓଡିଶାରେ ବୈଷୟିକ ଶିକ୍ଷା ଏବଂ ଶିକ୍ଷାର ସ୍ତର ବୃଦ୍ଧି ହେବ । ସମଗ୍ର ରାଜ୍ୟରେ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନେ ବିଶ୍ୱସ୍ତରୀୟ ସଫଫଓୟାର୍ ଶୀଘ୍ର ଏବଂ ସହଜରେ ପାଇ ପାରିବେ । ଏହା ବୈଷୟିକ ଶିକ୍ଷା ଏବଂ ବିକାଶକୁ ଏକ ଉଚ୍ଚ ସ୍ତରକୁ ନେଇଯିବ । ୫'ଟି' ରୂ ପାନ୍ତରଣ ପଦକ୍ଷେ ପର ଯାତ୍ରା ସ୍ୱରୂ ପ ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଭାବଶାଳୀ ତାଲିମରେ ଉନ୍ନତି ଆଣିବା
ନିମନ୍ତେ ଏହି ପୋର୍ଟାଲର ଉନ୍ମୋଚନ କରାଯାଇଛି ।
ଥ୍ରିଡି ଡିଜାଇନ୍, ଇଞ୍ଜିନିୟରିଂ ଏବଂ ମନୋରଞ୍ଜନ ସଫଫଓୟାର ବିକାଶରେ ବିଶେଷଜ୍ଞ ଥିବା ଅଟୋଡେସ୍କ ସହିତ ଏକ ଏମଓୟୁ ଆଜି ସ୍ୱାକ୍ଷରିତ ହୋଇଛି । ଓ୍ୱାର୍ଲï ସ୍କିଲ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଏସଡିଏର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ, ଶ୍ରୀ ରଘୁ ଜି ଏବଂ ଆ ପାକର ନିର୍ଦ୍ଦେଶକ ଶ୍ରୀ କାନୁନଗୋ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ, ଓଏସ୍ଡିଏ ସ୍କିଲ୍-ଇନ୍-ଓଡିଶା ବ୍ରାଣ୍ଡ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ଦୁଇଟି ନୂତନ ସହଭାଗିତା କରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ଡିଜିଟାଲ କାର୍ଯ୍ୟକ୍ରମ ରାଜ୍ୟର ଯୁବକଯୁବତୀମାନଙ୍କ ପାଇଁ ଡିଜିଟାଲ ସ୍କିଲିଂରେ ଅନ୍ତର୍ଭୁକ୍ତିକରଣ ଏବଂ ସୁଲଭତା ନେଇ ଲକ୍ଷ୍ୟ ରଖିଛି । ସେ ସସସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ବ୍ୟବହାରକୁ ପ୍ରୟୋଗ କରିବା ନିମନ୍ତେ ଉତ୍ସାହିତ କରିଛନ୍ତି ।
ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ ଅଟୋଡେସ୍କ ଏବଂ ମାଇକ୍ରୋସଫଫର ସହଯୋଗ ଦ୍ୱାରା ଇଞ୍ଜିନିୟରିଂ କ୍ଷେତ୍ରରେ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବା ପାଇଁ ରାଜ୍ୟର ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନଙ୍କ ନିମନ୍ତେ ଏକ ବଡ଼ ସୁଯୋଗ ସୃଷ୍ଟି କରିବ, ଯାହା ସେମାନଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇବାରେ ଏକ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରିବ । ଏହା ସହ ପ୍ରଶିକ୍ଷକମାନେ ବର୍ତ୍ତମାନ ତଥା ଭବିଷ୍ୟତର ଶିଳ୍ପମାନଙ୍କ ନିମନ୍ତେ ଆବଶ୍ୟକତା ଥିବା ଅତ୍ୟାଧୁନିକ ଇଞ୍ଜିନିୟରିଂ ପ୍ରଯୁକ୍ତି ବିଷୟରେ ଅବଗତ ହେବା ସହ ଶିକ୍ଷାଦାନ କରିପାରିବେ ।
ସ୍ନାତକୋତ୍ତର, ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ଆଶାୟୀଙ୍କୁ ଡିଜିଟାଲ ସ୍କିଲିଂ କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତିକରଣ ନିମନ୍ତେ ଓଏସଡିଏ ଏବଂ ମାଇକ୍ରୋସଫଫ ମଧ୍ୟରେ ଆଉ ଏକ ବୁଝାମଣା ହୋଇଯାଇଛି । ଯାହା ଦ୍ୱାରା ଯୁବଗୋଷ୍ଠୀ ପ୍ରଯୁକ୍ତି କ୍ଷେତ୍ରରେ ବୃତ୍ତି ଆ ପଣେଇବାର ସୁଯୋଗ ପାଇ ପାରିବେ । ରାଜ୍ୟର ୫୦ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଡିଜିଟାଲ ସ୍କିଲିଂ କ୍ଷେତ୍ରରେ ପ୍ରଶିକ୍ଷଣ ସହ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଓଏସଡିଏ, ମାଇକ୍ରୋସଫଫ ଓ ଏହାର ଅଣଲାଭକାରୀ ସହଯୋଗୀଙ୍କ ସହ ତିନୋଟି ବୁଝାମଣା କରିଛି ।












Click it and Unblock the Notifications