ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ୩ ନାବାଳକ
ମହାନଦୀରେ ବୁଡ଼ିଗଲେ ୩ ଯୁବକ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି ।
କଟକ: ମହାନଦୀରେ ବୁଡ଼ିଗଲେ ୩ ଯୁବକ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି ।

ଆଜି ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ୍, ରାଜ ଓ ଛୋଟୁ ଗାଧାଉଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ତିନି ସାଙ୍ଗଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଚେତା ଫେରିନାହିଁ। ତେବେ ରାଜ ଓ ଛୋଟୁଙ୍କ ପତ୍ତା ମିଳୁନାହିଁ।
ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯୋବ୍ରାର ସେହି ଗଣ୍ଡରେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ଯୋବ୍ରା ବ୍ୟାରେଜରେ ଗେଟ୍ ପକାଯାଇ ପାଣିକୁ ଅଟକା ଯାଉଛି।












Click it and Unblock the Notifications