ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶା ଟିମ୍‌, କନକବର୍ଦ୍ଧନ ସିଂଦେଓ

ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ୍ । କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ । ପୂର୍ବବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର ।

Kanakbardhan Singhdeo

ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡ ଦେବାରୁ ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି । କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ବର୍ଷକରେ ନୂଆପଡ଼ା ହେବ ଦାଦନ ମୁକ୍ତ । ସାରା ରାଜ୍ୟରେ ଦାଦନ କମିବାକୁ ଭିତ୍ତିଭୂମି ତିଆରି କରୁଛନ୍ତି ସରକାର । ମନରେଗା ଏବଂ ଜୀବିକା ମିଶନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେଇ ଉଦାହରଣ ତିଆରି କରାଯିବ । ଟାସ୍କଫୋର୍ସ କମିଟିକୁ ୨ ଭାଗରେ ବିଭକ୍ତ କରାଯିବ। ଦାଦନ ଯାଉଥିବା ରାଜ୍ୟକୁ ଗୋଟିଏ କମିଟି ଯିବ । ଏନ୍‌ଜିଓର ସର୍ଭେ ରିପୋର୍ଟକୁ ଆଧାର କରି କାର୍ଯ୍ୟକ୍ରମ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+