ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ୧୧ ଦିନ ହେବ ରାଜ୍ୟବ୍ୟାପୀ ଚାଲିଥିଲା ଆନ୍ଦୋଳନ
ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ମିଳିଛି । ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ସୂଚନା । ସ୍ଥଗିତ ସୂଚନା ଦେଲେ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର । ତେବେ ଆନ୍ଦୋଳନ କାହିଁକି ସ୍ଥଗିତ ହେଲା । ସରକାରଙ୍କ ସହ କିଛି ଆଲୋଚନା ହେଲା କି ? ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆନ୍ଦୋଳନ ସ୍ଥଗିତ ରହିଛି ।

ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆନ୍ଦୋଳନ ହୋଇଛି । ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଦାବି ହୋଇଥିଲା ।
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସବୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଆନ୍ଦୋଳନ ବନ୍ଦ ପାଇଁ ଚିଠି ଲେଖିଥିଲେ । ଚିଠିରେ ଖାସ କରି ଚୁକ୍ତିଭିତିକି ଶିକ୍ଷକଙ୍କ ଅନୁପସ୍ଥିତି ଓ ଉପସ୍ଥିତିକୁ ବିଶେଷ ଧ୍ୟାନ ରଖିବାକୁ କହିଥିଲେ ବିଇଓ । ଶିକ୍ଷକ ମାନେ ଆନ୍ଦୋଳନରତ ଥିବାରୁ ସ୍କୁଲରେ ପାଠ ପଢା ବ୍ୟାହତ ହୋଇଥିଲା ।
ସରକାରଙ୍କ ନାଲିଆଖି ପରେ ବି ଆନ୍ଦୋଳନ ହଟି ନଥିଲା । ୪୦ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା । ଗାଁ ଗାଁରେ ପିଲା ସ୍କୁଲ ନଯାଇ ଖେଳୁଥିଲେ । ମଧ୍ୟାହ୍ନ ଭୋଜନରେ ବି ଅସୁବିଧା ହେଉଥିଲା ।
ଗତ ୮ ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିଲା । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ୧୧ ତାରିଖରୁ ସାମୁହିକ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ୫୦ ହଜାରରୁ ଅଧିକ ସ୍କୁଲର ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଥିଲା ଶିକ୍ଷକ ସଂଘ ।












Click it and Unblock the Notifications