Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରିଲେ ଓଡି଼ଆ ଛାତ୍ର ତନ୍ମୟ, ମୋଦୀ କହିଲେ...

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ପୁରୀ ଜିଲ୍ଲାର କୋଣାର୍କରେ ପଢୁଥିବା ଛାତ୍ର ତନ୍ମୟ ବିଶ୍ବାଳ ପଚାରି ଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

Pariksha pe Charcha

ନୂଆଦିଲ୍ଲୀ: ସ୍ଥାନୀୟ କାଲକଟୋରା ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିଲା 'ପରୀକ୍ଷା ପେ ଚର୍ଚ୍ଚା'ର ୬ଷ୍ଠ ସଂସ୍କରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣର୍ ଟିପ୍ସ ଦେଇଥିଲେ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଟିପ୍ସ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ପୁରୀ ଜିଲ୍ଲାର କୋଣାର୍କରେ ପଢୁଥିବା ଛାତ୍ର ତନ୍ମୟ ବିଶ୍ବାଳ ପଚାରି ଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ତନ୍ମୟଙ୍କ ପ୍ରଶ୍ନ ରହିଥିଲା, 'ପରୀକ୍ଷା ସମୟ ଚାଲୁଥିବା କପି ବା ଠକାମୀକୁ କିପରି ବାଦ୍‌ ଦିଆଯାଇ ପାରିବ?'

ତେବେ ପ୍ରଧାନମନ୍ତ୍ରୀ ଏହି ପ୍ରଶ୍ନଟି ଶୁଣିବା ପରେ କିଛି ସମୟ ପାଇଁ ଭାବୁକ ହୋଇ ଯାଇଥିଲେ । ପରେ ମୋଦୀ କହିଲେ, ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି। ସେମାନେ ଏଭଳି କ୍ରିଏଟିଭ୍ ଢଙ୍ଗରେ କପି ନେଉଛନ୍ତି ଯେ, ପରୀକ୍ଷା ହଲରେ ଥିବା ଶିକ୍ଷକମାନେ ବୋକା ବନି ଯାଉଛନ୍ତି। ଏହି କ୍ରିଏଟିଭ ବୁଦ୍ଧିକୁ ଯଦି ପିଲାଏ ପାଠପଢ଼ାରେ ଲଗାନ୍ତେ, ତେବେ ସେମାନେ ବିନା କପିରେ ବି ଭଲ କରି ପାରନ୍ତେ । ତେବେ ତନ୍ମୟଙ୍କ ପ୍ରଶ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଉତ୍ତରର ଏକ ଭିଡିଓକୁ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ତନ୍ମୟଙ୍କ ପ୍ରଶ୍ନର ଉତ୍ତରରେ ମୋଦୀ ଆହୁରି କହିଥିଲେ ଯେ, ସମୟ ବଦଳିଛି । ଗୋଟାଏ ପରୀକ୍ଷା ପାସ୍‌ ହୋଇଗଲେ ପୂରା ଜୀବନ ସରି ଯାଏନି । ଆପଣ ପ୍ରତ୍ୟେକ ସ୍ଥାନରେ ପରୀକ୍ଷା ଦେବେ। କେତେ ଜାଗ‌ାରେ କପି କରିବେ ? ସେଥିପାଇଁ ଯିଏ କପି କରନ୍ତି ସେ ହୁଏତ ଗୋଟାଏ, ଦୁଇଟା ପରୀକ୍ଷାରେ ପାର୍‌ ହୋଇ ଯାଆନ୍ତି । ମାତ୍ର ଜୀବନ ପାର୍‌ କରି ପାରିବେ ନାହିଁ । ଯେଉଁ ବିଦ୍ୟାର୍ଥୀ ପରିଶ୍ରମ କରୁଛନ୍ତି ସେମାନଙ୍କୁ ମୁଁ କହିବାକୁ ଚାହେଁ, ତୁମ ପରିଶ୍ରମ ତୁମ ଜୀବନରେ ରଂଗ ଭରିଦବ। ହୋଇପାରେ କିଏ ୨/୪ ମାର୍କ ତୁମଠାରୁ ଅଧିକ ରଖିପ‌ାରେ। ମାତ୍ର ଜୀବନ ରାସ୍ତାରେ ସେ କ‌େବେ ବି ତୁମ ପ୍ରତିବନ୍ଧକ ହୋଇ ପାରିବନି। ତୁମ ଭିତରର ଶକ୍ତି ତୁମକୁ ଆଗକୁ ନେବ। ଦୟାକରି ତାକୁ ଫାଇଦା ହେଉଛି ଭାବି ନିଜେ ବି ସେ ରାସ୍ତାରେ ଯିବା କଥା କେବେ ବି ଭାବିନି। ପରୀକ୍ଷା ତ ଯିବ ଆସିବ, ଆମକୁ ଜୀବନ ଜିଇବାର ଅଛି। ମନ ଭରି ଜିଇବାର ଅଛି। ଜିତି ଜିତି ଜୀବନ ଜିଇବାର ଅଛି। ସର୍ଟକଟରେ ଆମକୁ ଯିବାର ନାହିଁ।'

ଆହୁରୀ ମଧ୍ଯ ନିଜ ଲକ୍ଷ୍ୟ ପ୍ରତି ଫୋକସ୍ ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚାପର ବଶବର୍ତ୍ତୀ ହୋଇ ପିଲାମାନେ ଯେପରି ଲକ୍ଷ୍ୟରୁ ବିଚ୍ୟୁତ ନହେବେ ସେଥିପାଇଁ ପରାମର୍ଶ ଦେଇଛନ୍ତି । ଟାଇମ୍ ମ୍ୟାନେଜମେଣ୍ଟ ପ୍ରତି ଗୁରୁତ୍ୱ ଦେଇ ସେ କହିଛନ୍ତି, କାମ ନକଲେ ଥକ୍କା ଲାଗେ, କାମ କଲେ ଉତ୍ସାହ ବଢ଼େ । ତେଣୁ ଉତ୍ସାହର ସହ ପାଠ ପଢିବାକୁ ସେ ପରାମର୍ଶ ଦେଇଛନ୍ତି ।

ପରୀକ୍ଷାବେଳେ କେମିତି ପାଠ ପଢିବେ ସେ ବିଷୟରେ ପିଲାମାନଙ୍କୁ ବୁଝାଇ ମୋଦି କହିଥିଲେ, ପସନ୍ଦ ଲାଗୁ ନ ଥିବା ବିଷୟ ଆମକୁ ବୋଝ ପରି ଲାଗେ । ତେଣୁ ପସନ୍ଦ-ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ତାଲିକାରେ ଅପସନ୍ଦ ଲାଗୁଥିବା ବିଷୟକୁ ଅଧିକ ଧ୍ୟାନ ଦିଅ । ଆସ୍ତେ ଆସ୍ତେ ଅପସନ୍ଦ ବିଷୟ ପସନ୍ଦର ବିଷୟ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ୨୦୧୮ ମସିହାରୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ କରି ଆସୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+